ଜୟପାଟଣା ହୋଣ୍ଡା ସୋ’ ରୁମ୍‌ରୁ ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ହୋଣ୍ଡା ସୋ’ ରୁମ୍‌ରୁ ଚୋରି ହେବା ଘଟଣାର ତିନିଦିନ ମଧ୍ୟରେ ଜୟପାଟଣା ପୋଲିସ ଚୋରିର ପର୍ଦ୍ଦାଫାଶ କରିବାରେ ସକ୍ଷମ ହେବା ସହିତ ଚୋରକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଥିବା ସୁଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ଛଅ ତାରିଖ ରାତିରେ ଜୟପାଟଣା ହୋଣ୍ଡା ସୋ’ ରୁମ୍‌ରୁ ପଛ କାନ୍ଥ ସିନ୍ଧି କରି ଦେଢ଼ ଲକ୍ଷ ଟଙ୍କା ସହ ସିସିଟିଭି ହାର୍ଡ ଡିସ୍କ ଓ ଗୋଟିଏ ଲାପ୍‌ଟପ୍ ନେଇଯାଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଜୟପାଟଣା ଥାନା ଭାର ପ୍ରାପ୍ତ ଅଧିକାରିଣୀ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥଲେ । ଘଟଣାର ତିନିଦିନ ମଧ୍ୟରେ ମୁଖୀଗୁଡ଼ା ପୁରୁଣା ସାହିରେ ରହି ଆସୁଥିବା ପରମେଶ୍ୱର ବାଗ (୨୨)କୁ ଗିରଫ କରିବା ସହିତ ତା ପାଖରୁ ଲୁଟ ହୋଇଥିବା ଟଙ୍କାରୁ ୮୦, ୫୬୦ଟଙ୍କା ସହ ସିସିଟିଭି ହାର୍ଡ ଡିସ୍କ ମଧ୍ୟ ଉଦ୍ଧାର କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ପରମେଶ୍ୱର ପୂର୍ବରୁ ମଧ୍ୟ ଅନେକ ଘଟଣାରେ ସାମିଲ ଥିବା ତଥ୍ୟ ମଧ୍ୟ ଏବେ ସାମ୍ନାକୁ ଆସୁଛି । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଓ ଧର୍ମଗଡ ଏସ୍‌ଡିପିଓ ଏହି ଘଟଣାର ପର୍ଦ୍ଦାଫାଶ ପାଇଁ ପ୍ରତ୍ୟକ୍ଷ ତତ୍ତ୍ଵବଧାନ କରିଥିବା ସୁଚନା ମିଳିଛି । ସଂପୃକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ କୁ ପ୍ରଶଂସା କହୁଥିବା ବେଳେ ଏହି ଘଟଣାରେ ଏକରୁ ଅଧିକ ଲୋକ ସାମିଲ ହୋଇଥାଇ ପାରନ୍ତି ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.