ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ସତ୍ୟନାରାୟଣପଡାର ବ୍ୟାଙ୍କ କର୍ମଚାରୀ ବିଜନ ବାରିକଙ୍କ ଘରୁ ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଏସ୍ବିଆଇ କର୍ମଚାରୀ ଶ୍ରୀ ବାରିକଙ୍କ ଛୁଟି ଥିବାରୁ ଗତ ୨୪ ତାରିଖରୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଆସିବା ପରେ ତାଲା ଭାଙ୍ଗି ଚୋରି ହୋଇଥିବା ଜାଣିପାରିଥିଲେ । ଚୋରମାନେ ଘର ପଛପଟୁ ଛାତକୁ ଚଢିଥିବା ଅନୁମାନ କରାଯାଉଛି । ତାପରେ କବାଟ ଭାଙ୍ଗି ଘର ଭିତରକୁ ପଶିଛନ୍ତି । ଏହା ସହିତ ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସ ମଧ୍ୟ ଚୋରି କରି ନେଇଛନ୍ତି । ଘର ଭିତରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଚୋରିରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ପୁୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
Next Post