ବଲାଙ୍ଗିର ଡେଲିମାର୍କେଟ ରୋଡରେ ଥିବା ଅଙ୍ଗଶ୍ରୀ ଅଳଙ୍କାର ଦୋକାନରୁ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଡେଲିମାର୍କେଟ ରୋଡରେ ଥିବା ଅଙ୍ଗଶ୍ରୀ ଅଳଙ୍କାର ଦୋକାନରୁ ଚୋରି ହୋଇଥିବା ନେଇ ଦୋକାନ ମାଲିକ ବିଚିତ୍ରା ନନ୍ଦ ସାହୁ ଟାଉନଥାନାରେ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅଭିଯୋଗ ମୁତାବକ ଗତକାଲି ରାତିରେ ଦେକାନ ଉପରେ ଲାଗିଥିବା ଆଜ୍‌ବେଷ୍ଟର କାଟି ଦୁର୍ବୃତ୍ତମାନେ ଦେକାନରୁ ୧୦ରୁ ୧୫ ଲକ୍ଷ ଟଙ୍କାର ଗହଣା ଚୋରି କରି ନେଇଥିବା ଦୋକାନମାଲିକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!