ଅନୁପମା ହୋଣ୍ଡା ସୋ’ ରୁମ୍‌ରୁ ଚୋରି

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅନୁପମା ହୋଣ୍ଡା ସୋ’ ରୁମ୍‌ରୁ ଲକ୍ଷାଧିକ ଟଙ୍କା ସହ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପଛ କାନ୍ଥରେ ଗର୍ତ୍ତ କରି ଦୁର୍ବୃତ୍ତମାନେ ନେଇଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ସୋ’ ରୁମ୍‌ ମାଲିକ ମଙ୍ଗଳବାର ଦୋକାନ ଖୋଲିବା ବେଳକୁ କାନ୍ଥରେ ଗର୍ତ୍ତ ଥିବା ଦେଖି ସମଗ୍ର ସୋ’ ରୁମକୁ ତନଖି କଲାପରେ ଅନେକ ତଥ୍ୟ ପଦାକୁ ଆସିଥିଲା । ଗତ ଦିନର ଏକ ଲକ୍ଷ ପଚାଶ ହାଜର ଟଙ୍କା ସହ ଲାପଟପ୍, ସିସିଟିଭି କ୍ୟାମେରାକୁ ମଧ୍ୟ ନେଇଯାଇଥିବା ସୂଚନାରୁ ପ୍ରକାଶ । ଜୟପାଟଣା ପୋଲିସରେ ଅଭିଯୋଗ ହେବା ପରେ ପୋଲିସର ତଦନ୍ତ ଆରମ୍ଭ ହେବା ସହିତ ଡଗସ୍କ୍ୱାର୍ଡ ସହ ବିଶେଷଜ୍ଞ ଦଳ ଆସୁଥିବାର ପୋଲିସ ସୂତ୍ରରୁ ପ୍ରକାଶ ପାଇଥିଲା । ପୋଲିସ ତଦନ୍ତ ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ସୁରାଗ ମିଳି ନ ଥିବା ପ୍ରକାଶ ।

Leave A Reply

Your email address will not be published.