ଡାକ୍ତରଖାନା ପରିସରରୁ ମୋଟର ସାଇକଲ ଚୋରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନା ପରିସରରୁ କେହି ଜଣେ ଦୁର୍ବୃତ୍ତ ଏକ ମୋଟର ସାଇକଲ ଚୋରି କରି ଫେରାର୍‌ ହୋଇ ଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ପଦ୍ମପୁର ସ୍ଥିତ ଚାରପାଲି ଗ୍ରାମରେ ରହୁଥିବା ପ୍ରଭାସ କୁମାର ଜାଲ ଗତ ରାତି ୮ ଟା ୩୦ ମିନିଟ୍‌ ପାଖାପାଖି ସମ୍ପର୍କୀୟ ଜଣେ ରୋଗୀଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଦେଖିବାକୁ ଯାଇଥିଲେ । ହିରୋ ହୋଣ୍ଡା ପେଶନ୍‌ ପ୍ରୋ ଗାଡି ନମ୍ବର ଙଡି୧୭ଏଲ୍‌ ୪୦୫୧କୁ ବାହାରେ ରଖି ଡାକ୍ତରଖାନା ଭିତରେ ରୋଗୀକୁ ଦେଖି ୧୫/୨୦ ମିନିଟ୍‌ ପରେ ବାହାରକୁ ଫେରି ଆସି ତାଙ୍କର ଗାଡି ଆଉ ଦେଖିବାକୁ ପାଇ ନଥିଲେ । ସେ କିଛି ସମୟ ଖୋଜାଖୋଜି କରି ଗାଡିକୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ଯାଇ ପଦ୍ମପୁର ଥାନାରେ ଏତଲା ଦେଇଥିଲେ । ପଦ୍ମପୁର ପୋଲିସ ଏତଲାକୁ ଗ୍ରହଣ କରି କେଶ୍‌ ରୁଜୁ କରି ତଦନ୍ତ ଜାରି ରଖିଥିବାର ଜଣାପଡିଛି ।

Leave A Reply

Your email address will not be published.