ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ଅଭିଯୋଗ

ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ଖପରାଖାଇ ଅଞ୍ଚଳର ଇନ୍ଦ୍ରମଣି ନନ୍ଦିଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଛି । ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୧୦ ହଜାର ନଗଦ ଟଙ୍କା ସହ ୧୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୫୮/୨୩ରେ ମାମଲା ରୁଜୁ କରାଯାଇ ଘସିପୁରା ଥାନାଧିକାରୀ ବିକ୍ରମ କୁମାର ଭୁୟାଁ ସାଇନ୍ଟିଫିକ୍‌ ଟିମ୍‌ ଜରିଆରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.