ଗୋଟିଏ ରାତିରେ ୧୨ଟି ଦୋକାନରୁ ଚୋରି ଅଭିଯୋଗ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଗୋଟିଏ ରାତିରେ ୧୨ଟି ଦୋକାନରୁ ଚୋରି ହୋଇଥିବା ଖବର ମିଳିଛି । ଏ ନେଇ ଦୋକାନୀ କ୍ଷତିଗ୍ରସ୍ତ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି । ଛତ୍ରପୁର ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ ନିକଟରେ ଥିବା ବିଭିନ୍ନ ଦୋକାନଗୁଡ଼ିକରୁ ଚୋରି ହୋଇଛି । ଏ ନେଇ ୧୨ ଦୋକାନୀଙ୍କ ଶନିବାର ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି ।

Leave A Reply

Your email address will not be published.