ls

ବିଦ୍ୟାଳୟରେ ବନ ମହୋତ୍ସବ ଓ ତାଳ ଚାରାରୋପଣ

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ରାଧାକାନ୍ତ ବିଦ୍ୟାପୀଠ ପରିସରରେ ବନ ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଜୟ କୁମାର ଭୋଇ ଓ ଶାରିରୀକ କ୍ରୀଡା ପ୍ରଶିକ୍ଷକ ନଟବର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ ଗାଇଡ୍ କ୍ୟାଡେଟ୍ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ପ୍ରତି ବର୍ଷା ସମୟରେ ବଜ୍ରପାତ ଯୋଗୁଁ ଅଯଥାରେ ଅନେକ ଧନଜୀବନ ହାନି ହେଉଥିବାରୁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବ୍ୟାପକ ତାଳ ଚାରାରୋପଣ କରିବାକୁ ପ୍ରଧାନଶିକ୍ଷକ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ତାଳ ଚାରାରୋପଣ କରାଯାଇଥିଲା । ଏହି ପରିବେଶଭିତ୍ତିକ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଶାରିରୀକ ଶିକ୍ଷା ପ୍ରଶିକ୍ଷକ ନଟବର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.