oum

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର : ଚୋର ଉଲଟା କୋତୱାଲ କୋ ଡାଟେଁ

jsm
  • ଦୋଷୀ ଗିରଫ କରା ନ କଲେ ସାରା ଜିଲ୍ଲାରେ ହେବ ଆନ୍ଦୋଳନ – ଅଙ୍କିତ (ଛାତ୍ର କଂଗ୍ରେସ ସଭାପତି)
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ ଘଟଣା ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର କିନ୍ତୁ ଦୁର୍ଭାଗ୍ୟ ସ୍ଥାନୀୟ ଛାତ୍ର ଓ ଯୁବ ଜନତା ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଛାତ୍ର କଂଗ୍ରେସକୁ ବଦନାମ କରିବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସକୁ ଏହି ମାଡ ଘଟଣାରେ ବଦନାମ କରୁଛନ୍ତି ବୋଲି ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେ ନିଜ ବିବୃତ୍ତିରେ କହିଛନ୍ତି ଯେ ଦୁଇ ମାସ ତଳେ ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନିୟମ ଜୁବୁଲି ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ନିମ୍ନମାନର କାମକୁ ନେଇ ବିଜୁ ଛାତ୍ର ଜନତା ଦଳ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଯାଇଥିଲା । ସେ ସମୟରେ ସେମାନେ ଅଭିଯୋଗ କଲାବେଳର ଫଟୋ ସହିତ ବିଭିନ୍ନ ଖବର କାଗଜରେ ତଥା ସାମାଜିକ ଗଣମାଧ୍ୟମରେ ନିଜର ପ୍ରଚାର କରିଥିଲେ । ସେହି ଫଟୋମାନଙ୍କରେ ରାଜେନ୍ଦ୍ର କଲେଜ ଛାତ୍ର ମାଡ ଘଟଣାରେ ଉଭୟ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋଚିତ୍ର ସ୍ପଷ୍ଟ ଭାବରେ ଅଛି । ତା ସତ୍ୱେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଛାତ୍ର କଂଗ୍ରେସକୁ ଏହି ଘଟଣାରେ ଦାୟୀ କରିବା “ଚୋର ଉଲଟା କୋତୱାଲ କୋ ଡାଟେଁ” ସଦୃଶ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଡ ଘଟଣାରେ ଅଯଥା ରାଜନୈତିକରଣ କରି ବିଜୁ ଛାତ୍ର ଜନତା ଦଳ ବିଶ୍ୱ ବିଦ୍ୟାଳୟ ପରିସରକୁ ଆହୁରି ବଦନାମ କରିବାରେ ବସିଛି । ଯଦି ବିଜୁ ଛାତ୍ର ଜନତା ଦଳର ଟିକିଏ ବି ଲଜ୍ଜା ଓ ସରମ ଅଛି ଏବଂ ଯଦି ସେମାନେ ପ୍ରକୃତରେ ଛାତ୍ରମାନଙ୍କର ଭଲ ପାଇଁ କାମ କରୁଛନ୍ତି ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଶୀଘ୍ର ଆଣି ପୋଲିସକୁ ହସ୍ତାନ୍ତର କରନ୍ତୁ । ଜିଲ୍ଲା ଛାତ୍ର କଂଗ୍ରେସ କିମ୍ବା କଂଗ୍ରେସ ଦଳ ଆଜି ପର୍ୟ୍ୟନ୍ତ କେବେ ହିଂସା ରାଜନୀତି କରିନାହିଁ । ଜିଲ୍ଲା ଛାତ୍ର କଂଗ୍ରେସ କେବଳ ଛାତ୍ରମାନଙ୍କ ସ୍ୱାର୍ଥ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ନ୍ୟାର୍ୟ୍ୟ ହକ୍‌ ପାଇଁ ଲଢେଇ ଜାରି ରଖିଥାଏ । ତେଣୁ ଏହି ଘଟଣାରେ ଛାତ୍ର କଂଗ୍ରେସକୁ ବଦନାମ କରିବାର ହୀନ ଚକ୍ରାନ୍ତରୁ ସେମାନେ ଓହରି ଯାଆନ୍ତୁ ।
Leave A Reply

Your email address will not be published.