oom

ସିଭିଲ୍‌ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ୨୩ଟି ବିଦ୍ୟାଳୟର ୨ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ‘ବିଶ୍ୱ ତାପନ’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଅର୍ଜୁନ କବାଟ ପ୍ରଥମ, ଦେବାଶିଷ କୁମ୍ଭାର ଦ୍ୱିତୀୟ ଓ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଲୋଇସିଂହାର ରୋହନ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ପୁରସ୍କାର ଓ ମେଡ଼ାଲ୍‌ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସିଭିଲ୍‌ କୋର୍ଟ ରେଜିଷ୍ଟ୍ରାର୍‌ ଚରଣଜିତ ଓରାମ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ହିମାଂଶୁ ଶେଖର ସିଂ, ଦିଲ୍ଲୀପ କୁମାର ସିଂଦେଓ ଏବଂ ସୂରଜ ଅଗ୍ରୱାଲ ଯୋଗ ଦେଇଥିଲେ । କୋର୍ଟର ସମସ୍ତ ବିଚାରପତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା କୋର୍ଟର ମୁଖ୍ୟ ପ୍ରଶାସନିକ ଅଧିକାରୀ ବଳରାମ ମେହେର, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ମୁଖ୍ୟ କିରାଣୀ ଦଧିବାମନ ଶତପଥୀ, ଉପ ପ୍ରଶାସକ ଶୁଭ୍ରାଂଶୁ ବାଗ, ସହକାରୀ ପ୍ରଶାସକ ସୁବ୍ରତ କୁମାର ମିଶ୍ର, ସୁଜିତ କୁମାର ସ୍ୱାଇଁ, ଶ୍ରଦ୍ଧାଂଜଳି ମେହେର, ନିଶିଗନ୍ଧା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.