oum

‘ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ

jsm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଦୀର୍ଘ ୭ ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀର ଶୀର୍ଷକ “ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର” ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ମେହେର, ବିଶ୍ୱମୋହନ ରଥ, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା, ସୁସାହିତ୍ୟିକ ଶିବସୁନ୍ଦର ମିଶ୍ର, ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ଏବଂ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏଥିରେ ଶ୍ରୀକ୍ଷେତ୍ର ପୁରୀର ଅନେକ ତୀର୍ଥସ୍ଥାନ ଓ ସାମାଜିକ ଚଳଣିକୁ ସ୍ଥାନିତ କରାଯାଇଥିଲା । ଏଥିରେ ୯୩ଟି ଚିତ୍ର ସ୍ଥାନ ପାଇଥିବା ବେଳେ ୮୩ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ । ଶ୍ରୀକ୍ଷେତ୍ରର ପରମ୍ପରା, ସାମାଜିକ ଚଳନୀ ଓ ରୀତିନୀତିକୁ ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.