oom

ବିଲେଇସର୍ଡା ହାଇସ୍କୁଲରେ ପ୍ରାଚୀର ଚିତ୍ର ଅନାବରଣ

jsmm
  • ‘ସୃଜନ ଅଭିବ୍ୟକ୍ତିର ଅନ୍ୟତମ କୌଶଳ ଚିତ୍ର’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାଚୀର ଚିତ୍ର ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଲୁମିନି ସଭାପତି ଅନନ୍ତ ବିଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରାଚୀର ଚିତ୍ରକୁ ଅନାବରଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ସୃଜନ ଅଭିବ୍ୟକ୍ତିର ଅନ୍ୟତମ କୌଶଳ ଚିତ୍ର ବୋଲି କହିବା ସହ ଏକାଗ୍ରତା, ଶିକ୍ଷା ପ୍ରତି ଅଭିରୁଚି ବଢାଇବାରେ ଏହା ସାହାଯ୍ୟ କରିଥାଏ ବୋଲି କହିଥିଲେ । ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ, ପଙ୍କଜ ମେହେର ଓ ଶିକ୍ଷୟତ୍ରୀ ପ୍ରତିଶା ମିଶ୍ର ଚିତ୍ରାଙ୍କନକୁ ନେଇ ସ୍ୱଅନୁଭୁତି ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଚିତ୍ରାଙ୍କନର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଶିକ୍ଷକ କାହ୍ନୁ ଚରଣ ସାହୁ, ପ୍ରଦୀପ ଦଣ୍ଡସେନା, ସଂଜିବ ମିଶ୍ର, ସୁଜିତ ଦେହୁରି, ମୁରାରି ମୋହନ ପର୍ଡିଆ, ଶିକ୍ଷୟତ୍ରୀ ସୁବାସିନୀ ସେଠୀ, ନିରୋତ୍ତମା ବିଶ୍ୱାଲ, ସୁମିତ୍ର ସୁତାର, ସୁଷମା ମେହେର ପ୍ରମୁଖ ପିଲା ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ଚିତ୍ର ଆଙ୍କିବା ଦିଗରେ ଉଦ୍‌ବୋଧନ ଦେଇଥିଲେ । ଏହି ପ୍ରାଚୀର ଚିତ୍ରରେ ଗୁଣାତ୍ମକ ଶିକ୍ଷା, ପିଏମ୍ ପୋଷଣ, ପ୍ଲାଷ୍ଟିକ ବର୍ଜନ, ଧୁମ୍ରପାନ ନିଷେଧ, ସ୍ୱଚ୍ଛ ଭାରତ, ପରିବହନ ନିୟମ ସଚେତନତା, ପରିବେଶ ସଚେତନତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିତ୍ର ସ୍ଥାନ ପାଇଛି । କାର୍ଯ୍ୟକ୍ରମର ସଂଯୋଜନା ରଂଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ ।

jittmm
Leave A Reply

Your email address will not be published.