jayashree

ନୂଆଁ ସମଲେଶ୍ୱରୀ ମନ୍ଦିର ପାଇଁ ୫୦୦ କୋଟି ଓ କ୍ରୀଡା ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ

  • ଖାଲିଥିବା ଜାଗାରେ ଖେଳାଳୀଙ୍କ ପାଇଁ ଡର୍ମିଟେରୀ ଓ ସୁଇମିଂ ପୁଲ ନିର୍ମାଣ ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଦେବୋତ୍ତର ବିଭାଗର ଅନେକ ମନ୍ଦିର, ମଠ ଓ ସମ୍ପତ୍ତି ଅଛି । ଅନେକ ଦିନରୁ ଏହାର ରକ୍ଷଣା ବେକ୍ଷଣ ସରକାରଙ୍କ ହାତରେ ଥିଲେ ହେଁ ଏହାର ସ୍ଥିତିରେ ବିଶେଷ ପରିବର୍ତ୍ତନ ହେଉନାହିଁ । ଅନେକ ମନ୍ଦିର, ମଠ ଜରାଜିର୍ଣ୍ଣ ଅବସ୍ଥାରେ ଥିବା ସତ୍ତେ୍ୱ ଦେବୋତ୍ତର ସମ୍ପତି ସବୁ ଜବରଦଖଲ ହେବାରେ ଲାଗିଛି । ବର୍ଷେ ପୂର୍ବରୁ ବଲାଙ୍ଗିର ସହର ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରର ଛାତ ଭୁଷୁଡି ପଡିଥିଲା । ଜିଲ୍ଲାବାସୀଙ୍କର ଭକ୍ତି ଓ ଭାବାବେଗ ସହିତ ଜଡିତ ମା’ ସମଲେଶ୍ୱରୀଙ୍କ ମନ୍ଦିର ଯଦିଓ ମରାମତି ହୋଇଯାଇଛି । ଲୋକେ ଚାହୁଁଛନ୍ତି ରାଜ୍ୟର ଅନ୍ୟ ଅଂଚଳରେ ଥିôବା ମଠ ମନ୍ଦିରର ପୁନଃ ଉଦ୍ଧାର ସୌନ୍ଦର୍ଯିକରଣ ପାଇଁ ସରକାର ଦେଉଥିବା ପର୍ଯ୍ୟାପ୍ତ ପରିମାଣ ଅନୁଦାନ ପରି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରକୁ ମଧ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଦିଅନ୍ତୁ । ତେଣୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ନୂତନ ସମଲେଶ୍ୱରୀ ମନ୍ଦିରର ନିର୍ମାଣ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ଦେବାକୁ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି । ସେ ଦାବୀ କରିଛନ୍ତି ଯେ, ପୁରୀ, କୋଣାର୍କ, ଲିଙ୍ଗରାଜ, କଣ୍ଟିଲୋର ନୀଳମାଧବ, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରକୁ ଯେପରି ଢଙ୍ଗରେ ସରକାର ଅନୁଦାନ ଦେଇ ଏହାର ସୌନ୍ଦର୍ଯିକରଣ କରୁଛନ୍ତି ସେପରି ଢଙ୍ଗରେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରକୁ ମଧ୍ୟ ୫୦୦ କୋଟି ଟଙ୍କାର ସରକାରୀ ଅନୁଦାନ ଦିଅନ୍ତୁ ବୋଲି ସେ କହିଛନ୍ତି । ଏହା ହେଲେ ଲୋକଙ୍କ ଭାବାବେଗ ସହିତ ଜଡିତ ଏହି ମନ୍ଦିର ନୂତନ ଭାବରେ ନିର୍ମାଣ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହା ସହ ସେ କ୍ରୀଡାର ବିକାଶ ପାଇଁ ମଧ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ରାଜ୍ୟର ସବୁ ଅଂଚଳରେ ଗୋଟିଏ ଗୋଟିଏ ଇନ୍‌ଡୋର ଷ୍ଟାଡିୟମର ନିର୍ମାଣ କରିଛନ୍ତି କିନ୍ତୁ ବଲାଙ୍ଗିର ଏଥିରୁ ବାଦ ପଡିଛି । ଆଗରୁ ମଧ୍ୟ ସରକାରଙ୍କ ପାଣ୍ଠିରୁ ଏହାର ନିର୍ମାଣ ପାଇଁ ଦାବୀ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ଗ୍ୟାସ ବିଭାଗରୁ ବଲାଙ୍ଗିରରେ ଏକ ଇନ୍‌ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ନିର୍ମାଣ ହୋଇଛି । ଯଦିଓ ଏହା ହସ୍ତାନ୍ତର ହୋଇସାରିଛି ଏହା କିନ୍ତୁ ସମ୍ପୂର୍ଣ୍ଣ ହୋଇନାହିଁ । ପୁଣି ନୂତନ ଭାବେ ନିର୍ମିତ ହୋଇଥିବା ପୃଥ୍ୱୀରାଜ ହାଇସ୍କୁଲ ଷ୍ଟାଡିୟମର ଅନେକ କାମ ବାକି ଅଛି । ତେଣୁ ଏହା ପାଇଁ ୩ କୋଟି ଟଙ୍କା ଅନୁଦାନ ଦରକାର ପଡିପାରେ । କ୍ରୀଡା ବିଭାଗ ତରଫରୁ ଏହା ପ୍ରଦାନ କରାଯିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଲୋକଙ୍କ ଦାବୀ ମୁତାବକ ଏହି ଖେଳ ପଡିଆରେ ଥିବା ଜମିରେ ଏକ ଚିଲଡ୍ରେନ ପାର୍କ, ପ୍ରତିଯୋଗିତା ପାଇଁ ଉପଲବ୍ଧ ହୋଇପାରୁଥିବା ସୁଇମିଂ ପୁଲର ନିର୍ମାଣ କରାଯାଉ । ଖେଳାଳି, କୋଚ, ରେଫରିମାନଙ୍କ ପାଇଁ ଡର୍ମିଟେରୀ ଏବଂ ଲିଭିଂ ରୁମର ଆବଶ୍ୟକତା ଏହି ଷ୍ଟାଡିୟମରେ ବର୍ତ୍ତମାନ ଅନୁଭୂତ ହେଉଛି । ତେଣୁ ଏହା ପାଇଁ ଦରକାର ହେଉଥିବା ଅନୁଦାନ କ୍ରୀଡା ବିଭାଗ ତରଫରୁ ପ୍ରଦାନ କରାଯାଉ ବୋଲି କ୍ରୀଡାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି । ଆହୁରି ମଧ୍ୟ ସେ ଟାଉନ ହାଇସ୍କୁଲ ଖେଳ ପଡିଆକୁ ହକି ଷ୍ଟଡିୟମରେ ରୂପାନ୍ତରିତ କରିବା ଏବଂ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ଦିଆଯାଇଥିବା ପ୍ରସ୍ତାବ ମୁତାବକ ଦେଓଗାଁରେ ମିନି ଷ୍ଟଡିୟମ ନିର୍ମାଣ, ଜରାସିଂହା ମିନି ଷ୍ଟଡିୟମର ଆହୁରି ବିକାଶ ଏବଂ ଲୋଇସିଂହା ଷ୍ଟଡିୟମର ପାରିପାର୍ଶିକ ବିକାଶ ପାଇଁ ଅର୍ଥ ପ୍ରଦାନ କରାଯାଉ ବୋଲି ଶ୍ରୀ ମିଶ୍ର କ୍ରୀଡାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.