oom

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ମିଶି ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି । ଘଟଣା ପରେ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂତ୍ରରୁ ପ୍ରକାଶ । ସୂଚନା ଅନୁସାରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଆଶ୍ରମ ପଡ଼ାର ପ୍ରେମ ମେହେରଙ୍କ ଦେହ ଅସୁସ୍ଥ ହେବାରୁ ଆଜି ସକାଳେ ତାଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କୁ ଡାକ୍ତର ଅକ୍ସିଜେନ୍ ଦେଇନଥିଲେ, ଯାହା ଫଳରେ ଚିକିତ୍ସା ଅବହେଳାରୁ ଓ ଠିକ୍ ସମୟରେ ଅକ୍ସିଜେନ ନମିଳିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହାପରେ ହସ୍ପିଟାଲରେ ଖୁବ୍ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ରାଗରେ ଉତ୍ୟକ୍ତ ହୋଇ ହସ୍ପିଟାଲରେ ପରିସର ଭିତରେ ହୋହଲ୍ଲା କରି ଗ୍ଲାସ, କବାଟ, ଭଙ୍ଗାରୁଜା କରିଥିଲେ । ହସ୍ପିଟାଲରେ ଚାପା ଉତ୍ତେଜନା ହେବାରୁ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଆଇଆଇସିଙ୍କ ସହ ପୁଲିସ ଫୋର୍ସ ପହଞ୍ଚିଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ସିଡିଏମଓ ଡ଼ା. ଭୀମ ସାହୁ । ସେ କହିଛନ୍ତି, ଏ ବିଷୟରେ ମୁଁ କିଛି ଜାଣି ନାହିଁ । ଯଦି ଏଭଳି କିଛି ଘଟିଥାଏ, ତାହେଲେ ଏହାର ନିଶ୍ଚିତ ତଦନ୍ତ କରାଯିବ ।

jittmm
Leave A Reply

Your email address will not be published.