ସତ୍ୟ, ଶାନ୍ତି, ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହେଲେ ସମାଜରେ ଚିରଶାନ୍ତି ବଜାୟ ରହିବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ କାହିଁକି ବିଶ୍ୱର ଜଣେ ଶ୍ରେଷ୍ଠ ମଣିଷ ଭାବେ ସର୍ବତ୍ର ବନ୍ଦନୀୟ ମହାପୁରୁଷ ମହାତ୍ମା ଗାନ୍ଧୀ ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ ଶାନ୍ତିଦୂତ ଭାରତର ପ୍ରାକ୍ତନ ସଚ୍ଚା ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ଆଲୋଚନା ଚକ୍ର ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ମହାପୁରୁଷଙ୍କ ଜୟନ୍ତୀ ଉପଲକ୍ଷେ ପାଠାଗାରର ମୁଖ୍ୟ ପୁରୋଧା ସୁସାହିତ୍ୟିକ ଶିକ୍ଷାବିତ୍ କାଶୀନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଷଡଙ୍ଗୀ, ପ୍ରମୁଖବକ୍ତା ସମାଜସେବୀ ଅନାମ ମଲ୍ଲିକ, ବିଶିଷ୍ଟ ଐତିହାସିକ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଭୀମସେନ ମହାପାତ୍ର, ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ପାଠୀ, କବି କବୟିତ୍ରୀ, ଶିକ୍ଷକମାନେ ଯୋଗଦେଇ ଏହି ଦୁଇ ମହାନ୍ ଦେଶଭକ୍ତଙ୍କ ଅତୀତର ଅନେକ ଅଭୁଲା ଦୁଃଖଦ, ସଂଗ୍ରାମମୟ, ତ୍ୟାଗମୟ, ତଥ୍ୟମୟ ଜୀବନର ଅବତରଣ ପୂର୍ବକ ପ୍ରତ୍ୟେକ ବ୍ୟକ୍ତି ସତ୍ୟ, ଶାନ୍ତି, ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେହି ମହାନ୍ ତ୍ୟାଗୀ, ଜନ ନାୟକମାନଙ୍କ ମହନୀୟ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ପ୍ରାରମ୍ଭରୁ ପ୍ରତ୍ୟେକ ନିଜ ନିଜ ଜୀବନକୁ ଗଢି ତୋଳିଲେ ସମଗ୍ର ବିଶ୍ୱସମାଜରେ ସର୍ବଦା ଭାଇଚାରା ଓ ଶାନ୍ତିର ବାତାବରଣ ବଜାୟ ରହିବ ବୋଲି ସ୍ୱ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ତଥା କବି ଦିଗମ୍ବର ରଥ, ଗୋପାଳ ଚନ୍ଦ୍ର ମହାପାତ୍ର, ବ୍ୟଙ୍ଗ କବି ଚନ୍ଦ୍ରଶେଖର, ଆଇନଜୀବୀ ହୃଷୀକେଶ ପାଢ଼ୀ, କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ, ଜ୍ୟୋତ୍ସ୍ନାମୟୀ ସ୍ବାଇଁ, ଶିକ୍ଷକ ଫକିର ଦାସ, କୈଳାସ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ଗାଇଥିଲେ ।ମାଧ୍ୟମରେ ଡେଲାଙ୍ଗରେ ଗାନ୍ଧୀଙ୍କ ସାତଦିନିଆ ରହଣି, ଗାନ୍ଧୀ ଶାସ୍ତ୍ରୀଙ୍କ ଆଦର୍ଶ ଜୀବନ ବୃତ୍ତାନ୍ତର ବର୍ତ୍ତମାନ ସମାଜରେ ପ୍ରାଯୁବ ପ୍ରତିଭା ସୁରେଶ କୁମାର ମନ୍ତ୍ରୀ ସଭା ପରିଚାଳନା କରିଥିଲେ । ଶେଷରେ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ସମସ୍ତଙ୍କୁ କବିତା ଗାଇ ଧନ୍ୟବାଦ ଦେଇଥିଲା ବେଳେ ସହଯୋଗ ପାଇଁ ସମାଜସେବୀ କାଶୀନାଥ ମହାପାତ୍ର କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.