ଚିନିକଳ କାର୍ଯ୍ୟକ୍ଷମ ଧାରଣା ୧୬୨ ଦିନରେ : ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଘେରାଉ ଚେତାବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୮ବର୍ଷ ହେଲା ବନ୍ଦ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ତଥା କେବିକେ ଅଞ୍ଚଳର ଏକ ମାତ୍ର ଶିଳ୍ପକ୍ଷେତ୍ର ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ନେଇ ଚାଲିଥିବା ଧାରଣା ଶୁକ୍ରବାର ଦିନ ୧୬୨ ଦିନରେ ପହଂଚିଛି । କୌଣସି ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ସରକାର କୌଣସି ପ୍ରକାର ଦୃଷ୍ଟିପାତ କରିନଥିବା ଅଭିଯୋଗ ହେଉଛି । ଆଗାମୀ ଦିନରେ ସରକାର ଦାବୀ ପୂରଣ ନକଲେ ସମସ୍ତ ସଂଗଠନର କର୍ମକର୍ତ୍ତାମାନେ ବଲାଙ୍ଗିର ଜିଲ୍ଲାରେ ଥିବା ସମସ୍ତ ତହସିଲ, କୋର୍ଟ, ବ୍ଲକ କାର୍ଯ୍ୟାଳୟ, ଜିଲ୍ଲା କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.