ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ । ଏହି ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ତରଫରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରାରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଉକ୍ତ ଶୋଭାଯାତ୍ରା ଯୋଗର୍ସ ପାର୍କଠାରୁ ବାହାରି ସିଡିଭିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏହି ରେଲିରେ ଶତାଧିକ ଅଧିକାରୀ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.