ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡର ଚିକନବାହାଲି ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋିଥିବା ଖବର ମିଳିଛି । ମହିଳା ଜଣକ ବିନୋଦିନୀ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁସାରେ ବିନୋଦିନୀ ତାଙ୍କ ସ୍ୱାମୀ ସହ କୌଣସି ଏକ କାମ ଯୋଗେ ବହାରିଥିବା ବେଳେ ଚିକିନବାହାଲି ଠାରେ ବାଇକରୁ ପଡି ଯାଇଥିଲେ ବିନୋଦିନୀ । ଫଳରେ ତାଙ୍କ ମୁଣ୍ଡରେ ଓ ଦେହରେ ଗଭୀର ଆହତ ଲାଗିଥିଲା । ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଟିଟିଲାଗଡ ମେଡିକାଲ ଓ ପରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।