ଟ୍ୟୁସନ୍ ଛାତ୍ରଙ୍କୁ ଛୁରାମାଡ

ଆଠଗଡ : ଟ୍ୟୁସନ୍ ଛାତ୍ରଙ୍କୁ ଛୁରାମାଡ । ଆକ୍ରମଣ କରି ୨ ହେଲମେଟ୍ ପିନ୍ଧା ଦୁର୍ବୃତ୍ତ ଫେରାର । କଳା ପଲ୍‌ସର୍‌ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ଛୁରାମାଡ଼ କରିଥିବା ସୂଚନା ମିଳିଛି । ଆଠଗଡ ଥାନା କୁଲାଇଲୋ ବଜାରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଛାତ୍ର ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦୟପୁର ଗାଁର ସୂର୍ଯ୍ୟ ନାରାୟଣ ଦାସ । ସୂର୍ଯ୍ୟଙ୍କୁ ସ୍ଥାନୀୟ ଲୋକେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଖବର ମିଳିଛି । କିଏ ମାରିଲା ? କାହିଁକି ମାରିଲା ? ତାହା ଜଣା ପଡି ନଥିବାବେଳେ ଆଠଗଡ ଥାନାର ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ବିଭିନ୍ନ ଦିଗକୁ ନେଇ ଆଠଗଡ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.