ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସଦ୍‌ଭାବନା ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବଗାନ୍ଧୀଙ୍କ ୭୭ତମ ଜୟନ୍ତୀ ଦିବସ ଅଗଷ୍ଟ ୨୦ ତାରିଖ ଦିନଟିକୁ ସାରାଭାରତ ବର୍ଷରେ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଉଛି । ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ଦାଶଙ୍କ ନେତୃତ୍ୱରେ ଏହି ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହ ସ୍ୱର୍ଗତ ଆତ୍ମନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପୂର୍ବକ ଦେଶ ଜାତିର ହିତ ସଧାନ ଦିଗରେ ଭାରତ ମାତାଙ୍କ ସନ୍ତାନ ଭାବେ ସର୍ବଧର୍ମ ସମନ୍ୱୟ ଭାବ ରଖି ଜନ୍ମଭୂମିପାଇଁ ଗୌରବ ଆଣି ଦେଶମାତୃକାର ସେବାରେ ଟେକ ରଖିବି ବୋଲି ଶିକ୍ଷୟିତ୍ରୀମାନେ ଶପଥ ପାଠ କରିଛନ୍ତି ।

jittmm
Leave A Reply

Your email address will not be published.