ଛତ୍ରପୁର ବିଧାୟକଙ୍କ ଗଞ୍ଜାମ ବ୍ଲକର ଉନ୍ନୟନ ପ୍ରକଳ୍ପର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକର ପୋଇରାଶି, ମଲାଡ଼, ସନ୍ତୋଷପୁର, ହୁମ୍ମା ଓ ସୁବଳୟା ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଉନ୍ନୟନ ପ୍ରକଳ୍ପଗୁଡିକର ପରିଦର୍ଶନ ଓ ସମୀକ୍ଷା କରିବା ସହ ସ୍ଥାନୀୟ ଜନ ପ୍ରତିନିଧି, ନେତୃବୃନ୍ଦ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ବେଳେ ଗ୍ରାମ ପଞ୍ଚାୟତ ପାଠାଗାର, କୋଠାଘର, କଲ୍ୟାଣମଣ୍ଡପ, ନୂଆଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୋଠାବାଡ଼ି ପ୍ରମୁଖ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଏହି ଅବସରରେ ଯୋଗଦେଇଥିଲେ ।

Leave A Reply

Your email address will not be published.