ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠସ୍ଥ ଟିଟାନିୟମ୍ ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମା ମିଳିନି ଫଳରେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣରେ ଖୁବ କଷ୍ଟକର ବ୍ୟାପାର ହୋଇପଡିଛି । ମଙ୍ଗଳବାର ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ମହାସଂଘ ପକ୍ଷରୁ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରାଯାଇଛି । ଏମାନଙ୍କ କହିବାନୁଯାଇ ପ୍ରାୟତଃ ୭ ବର୍ଷ ହେଲା ୩ଶହ ଜଣ କର୍ମଚାରୀ ଉକ୍ତ ପ୍ଲାଣ୍ଟରେ କାମ କରି ଆସୁଛନ୍ତି ଏବେ ୩ ମାସ ହେଲା ଦରମା ମିଳିନଥିବା ଏମାନେ କହିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ମହାସଂଘର ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାରଣା, ଉପ-ସଭାପତି ବି. ଭେଙ୍କଟ ରାମଣା, ସିଏଚ୍. ଦାଶରଥି ରେଡ୍ଡୀ, ଆର. ଦଣ୍ଡପାଣି ରେଡ୍ଡୀ, ରମେଶ ଚନ୍ଦ୍ର ପ୍ରଧାନ, କେ. ସୀମାଦ୍ରୀ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।