ପୁଷ୍‌ପୁନିର ଛେର ଛେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅନେକ ପର୍ବ ପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ । ଏହା ଏକ ନିଆରା ପର୍ବ, ଏଥିରେ ସାଜସଜ୍ଜା ନାହିଁ କି ପୂଜା ପାଠ ନାହିଁ । ଖାଇବା, ପିଇବା, ମଜା ମଜଲିସ କରିବା ଭଲି ଏକ ସୁନ୍ଦର ତିହାର । କିଛି ବର୍ଷ ଆଗରୁ ଚାଷୀ ଓ ମହାଜନମାନେ ବର୍ଷ ତମାମ ଲୋକଙ୍କୁ ନିଜ ଘରେ ରଖି ବଂଧୁଆ ଶ୍ରମିକ ଭାବେ ଖଟାଉ ଥିଲେ । ପୌଷପୂର୍ଣ୍ଣିମା ଦିନ ଶ୍ରମିକମାନଙ୍କ ଏକ ବର୍ଷ ପୁରି ଯାଉଥିଲା ଓ ସେହିପରି ଦିନ ତାଙ୍କୁ ମୁକ୍ତି ମିଳୁଥିଲା ତେଣୁ ଶ୍ରମିକମାନେ ଏହି ପୂର୍ଣ୍ଣିମାକୁ ପୁଷପୁନି ବୋଲି ମାନୁଥିଲେ । ଆଜି ମଧ୍ୟ ସେହି ପରମ୍ପରା ରହି ଆସିଛି । ଆଜିକାର ଦିନରେ ସମସ୍ତେ ଏହି ପର୍ବ ପାଳନ କରି ଆନନ୍ଦରେ ଖାଇ ପିଇ ଘରେ ମଜା ମଜଲିସ କରୁଥିବା ଦେଖିବାକୁ ମିଳିଛି । ଭୋରରୁ ଗାଁରେ ଛୋଟ ଛୋଟ ଛୁଆମାନେ ଘର ଘର ବୁଲି ଛେର୍‌ ଛେରା ମାଗିବା ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ ଖୁସିରେ ଆଜି ଘରେ ଘରେ ପିଠା ପଣା ସହ ଆମିଷ ଭୋଜନ କରି ଏହି ପର୍ବ ପାଳିଛନ୍ତି । ଗାଁ ଗାଁରେ କ୍ରିକେଟ, ଫୁଟବଲ ଇତ୍ୟାଦି ପ୍ରତିଯୋଗିତା ମଧ୍ୟ ହୋଇଛି । ମୁଖ୍ୟତଃ ଆଜି ଶ୍ରମିକମାନେ ଛୁଟି ମନାଉ ଥିବାରୁ ପାଇକମାଲରେ ହୋଟେଲ ଗୁଡିକ ବନ୍ଦ ହୋଇ ଥିବାର ଦେଖାଯାଇଛି । ଦୁଇ ତିନି ଦିନ ପରେ ହୋଟେଲ ଗୁଡିକ ଖୋଲିବ ବୋଲି ଜଣାଯାଏ ।

Leave A Reply

Your email address will not be published.