oom

ଛତୁ ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଏକ ଦିବସୀୟ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟାନ କୃଷି ପ୍ରଶିକ୍ଷଣ କକ୍ଷରେ ଜିଲ୍ଲାସ୍ତରୀୟ ଛତୁ ଉତ୍ପାଦନ ଓ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଏକ ଦିବସୀୟ ତାଲିମର ଆୟୋଜନ କରାଯାଇଥିଲା । ଏହି ତାଲିମ ରାଜ୍ୟ ଯୋଜନା ଅନ୍ତର୍ଗତ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଦସ୍ୟମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରେତ୍ସାହନରେ ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଜଣ ସଦସ୍ୟ ଭାଗ ନେଇଥିଲେ । ସଭାରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ଡ. ଉମାବଲ୍ଲଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କୃଷ୍ଣ ଚନ୍ଦ୍ର ନାଏକ, ନିର୍ଦ୍ଦେଶକ ଆର୍‌ଏସ୍‌ଇଟିଆଇ, ଡ. ସତ୍ୟମୟ ଶତପଥୀ, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରୀମତୀ ସୁମନ ଦ୍ୱିବେଦୀ, ଡିପିସି ମିଶନ ଶକ୍ତି, ପ୍ରଶାନ୍ତ କୁମାର ମହାନ୍ତି, କୃଷି ଜିଲ୍ଲା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇଥିଲେ । ତାଲିମ ଶିବିରରେ ବୈଜ୍ଞାନିକ ପ୍ରଣାଳୀରେ ଛତୁ ଚାଷ ତଥା ଅମଳ ପରବର୍ତ୍ତୀ ପରିଚାଳନା ଓ ଛତୁର ମୂଲ୍ୟ ଯୋଗ ଆଦି ବିଷୟରେ ପ୍ରମୋଦ କୁମାର ସେଠୀ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ପାଟଣାଗଡ଼, ମନବୋଧ ମାଝୀ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଟିଟିଲାଗଡ଼, ଶ୍ରୀମତୀ ବିଜୟ ଲକ୍ଷ୍ମୀ ମହନ୍ତ, ବିଷୟ ବସ୍ତୁ ବିଶେଷଜ୍ଞ(କୃଷି ଯାନ୍ତ୍ରିକରଣ) କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିର ଏବଂ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଗୁଡଭେଲା, ବେଲପଡ଼ା ଆଦି ଆଲୋକପାତ କରିଥିଲେ । ସଭାରେ ଜିଲ୍ଲାର ଉଦ୍ୟାନ କୃଷି ବିଭାଗରେ ସମସ୍ତ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ । ସଭା ଶେଷରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ଭଞ୍ଜ ସଭାରେ ଯୋଗ ଦେଇଥିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଦେଓଗାଁ ତଥା ଅନ୍ୟାନ୍ୟ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.