ବଲାଙ୍ଗିର ବନ ବିଭାଗ ପକ୍ଷରୁ ଛତୁ ମଞ୍ଜି ବୋଟଲ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଜଙ୍ଗଲ ଯୋଜନା, ମିଶନ ଶକ୍ତି ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିରଙ୍କ ମିଳିତ ଉଦ୍ୟମରେ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପଣ୍ଡରାପିଟା ଗ୍ରାମର ୩୦ଜଣ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଭ୍ୟାମାନଙ୍କୁ ୧୦ ଦିନ ଧରି ଛତୁ ଚାଷ ଉପରେ ତାଲିମ ଦିଆଗଲା । ଆଜି ସେମାନଙ୍କୁ ବନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଆର୍‌ଏସ୍‌ଇଟିଆଇ ମିଶନ ଶକ୍ତି ଓ ଆମ ଜଙ୍ଗଲ ଯୋଜନାର ମିଳିତ ଉଦ୍ୟମରେ ତାଲିମ ନେଇଥିବା ୩୦ ଜଣଙ୍କୁ ମାଗଣାରେ ଜଣ ପିଛା ୨୫୦ ମିଲି.ର ୧୩ଟି ଲେଖାଏଁ ଛତୁ ମଞ୍ଜି ବୋଟଲ ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ରେଞ୍ଜର କେଶବ କିଶୋର ନାୟକ, ବନପାଳ ଶ୍ରୀମତୀ ରାଜେଶ୍ୱରୀ ମହାକୁର, ବନରକ୍ଷୀ ଶ୍ରୀମତୀ ଜାମିନୀ ମିଶ୍ର, ଶ୍ରୀମତୀ ଶୁଭସ୍ମିତା ମେହେର, କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଚାଳିକା ଶ୍ରୀମତୀ ସାଗରିକା ମୁନା, ପାଣିପାଗ ବିଶେଷଜ୍ଞ ଦେବଶ୍ରୀ ସରକାର, ଆର୍‌ଏସ୍‌ଇଟିଆଇ ପ୍ରଶିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ମିଶନ ଶକ୍ତିର ବ୍ଲକସ୍ତରୀୟ ସଂପାଦିକା ଶ୍ରୀମତୀ ଜାହ୍ନବୀ ହରପାଲ ଓ ଆମ ଜଙ୍ଗଲ ଯୋଜନାର ଟିମ୍‌ ଲିଡର ଡାନିଏଲ୍‌ ସୁନା, ଡେଭଲପ୍‌ମେଣ୍ଟ ଅଫିସର ରମଣୀ ରଞ୍ଜନ ବରାଡ ଉପସ୍ଥିତ ରହି କାର୍ଯ୍ୟକୁ ସୁପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ରେଞ୍ଜ ଅଫିସର ଆଗାମୀ ଦିନରେ ମଧ୍ୟ ଉପରୋକ୍ତ ଗ୍ରାମର ତାଲିମଧାରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି କହିଥିଲେ ।

jittmm
Leave A Reply

Your email address will not be published.