oom

ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରୀଙ୍କ ମୃତ୍ୟୁ, ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସକୁ ନିସ୍ତୁକ ମାଡ଼

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟ୍ରକ ଚକ ତଳେ ଚାପି ହୋଇ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଚାଲକ ଓ ପୋଲିସକୁ ନିସ୍ତୁକ ମାଡ଼ ମାରିଛନ୍ତି ଜନସାଧାରଣ । ଏମିତି ଏକ ଦୃଶ୍ୟ ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଶରଧାପାଲି ଗିରିଧାରୀ କଲେଜ ପାଖରେ । ମୃତା ଛାତ୍ରୀ ଜଣକ ହେଲେ ନୂଆପାଲି ଗ୍ରାମର । ଆଜି ସକାଳୁ ପଢ଼ିବା ପାଇଁ ଘରୁ ସାଇକଲ ଧରି ସାଙ୍ଗ ସାଥୀରେ ଆସୁଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା, ଯାହା ଫଳରେ ଘଟଣା ସ୍ଥଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଜନସାଧାରଣ ଟ୍ରକ ଚାଳକକୁ ଅଟକ ରଖି ମାଡ଼ ମାରିବା ପୂର୍ବରୁ ଗାଇସିଲେଟ ପୋଲିସ ଘଟଣା ସ୍ଥଳେ ପହଞ୍ଚିଥିଲା ଏବଂ ଟ୍ରକ ଚାଳକ ସହ ମୃତ ଛାତ୍ରୀଙ୍କ ଶବକୁ ଜବତ କରିଥିବା ବେଳେ ଉତ୍ତେଜିତ ଜନସାଧରଣ ପୋଲିସକୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଚିତ୍ର ଦେଖିବାକୁ ମିଳୁଛି ।

jittmm
Leave A Reply

Your email address will not be published.