ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଆୟୋଜନ ହୋଇ ବିଭିନ୍ନ ସ୍ଥାନରେ ପୂଜା ଆସର ସର୍ଗରମ୍ ହୋଇ ଉଠିଛି । କେତେକ ସ୍ଥାନରେ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇ ଏହି ପାର୍ବଣକୁ ଉତ୍ସବ ମୁଖର କରି ଗଢ଼ି ତୋଳିଛି । ସୂଚନା ଯୋଗ୍ୟଯେ ବାଟ ଛତ୍ରପୁରସ୍ଥ ଗାଁ ମୁହଁରେ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇ ଆସିଥିବା ଗଜଲକ୍ଷ୍ମୀ ପୂଜା ପାର୍ବଣ ସମ୍ଭାର ଉକ୍ତ ଅଞ୍ଚଳକୁ ଚଳଚଞ୍ଚଳ କରି ଆଣିଛି । ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଛି । ସନ୍ଧ୍ୟା ଆରତୀ ସମୟରେ ଠାକୁରଙ୍କ ଦର୍ଶନ କରିବାକୁ ଆସି ଆଧ୍ୟାତ୍ମିକ ଭକ୍ତି ଭାବନାରେ ଭକ୍ତମାନେ ଏଠାରେ ଏକାଗ୍ରତ ହୋଇ ଭାବ ବିହ୍ଵଳରେ ବାନ୍ଧି ହୋଇଛନ୍ତି । ଏଭଳି ନିଆରା ପରମ୍ପରାର ପାର୍ବଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଠାରେ ମହିଳା ମାନଙ୍କର ପ୍ରବଳ ଭିଡ଼ ଜମୁଥିବା ଦେଖାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ବାଟ ଛତ୍ରପୁର ପୂଜା କମିଟୀ ପକ୍ଷରୁ ଭଜନ ସାମାରୋହ ଆୟୋଜିତ ଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଭାଗିରଥୀ ବେହେରା ମୁଖ୍ୟଅତିଥୀ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା ।