ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଭାଲିଆଗୋରା ଚକ୍ରଧର ସାହୁ ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁଦିବସ ଅବସରରେ ଛାତ୍ରବୃତ୍ତି ପ୍ରଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରଙ୍ଗ ନାରାୟଣ ଉଚ୍ଚବିଦ୍ୟାଳୟର ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ଛାତ୍ର ଆଶୁତୋଷ ଦେହୁରୀ ଏବଂ ୨୦୨୧-୨୨ ଆର୍ଥିକ ବର୍ଷର ଛାତ୍ର ନିହାର ରଞ୍ଜନ ବେହେରାଙ୍କୁ ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ଚକ୍ରଧରସାହୁ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର, ସହକାରୀ ଶିକ୍ଷକ କମଳ ଲୋଚନ ବାଈ, ସଂସ୍କୃତ ଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟ, ସହକାରୀ ଶିକ୍ଷକ ଶ୍ରୀମତି ସ୍ୱର୍ଣ୍ଣଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.