jayashree

ପ୍ରସିଦ୍ଧ ମା’ ଆଦ୍ୟାଶକ୍ତି ହରଗୌରୀଙ୍କ ବିଶ୍ୱରୂପ ଦର୍ଶନ ଓ ଛତର ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ୍‌ ଜଣାଶୁଣା ଥିବା ତାଲ୍‌ଚକେଲ ଗାଁରେ ପ୍ରସିଦ୍ଧ ମା’ ହରଗୌରୀ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଅଞ୍ଚଳର ବିଭିନ୍ନ ଘୁମୁରା, ଲୋକବାଦ୍ୟର ତାଳେ ତାଳେ ଦୁଲୁକି ଉଠିଥିଲା ଏହି ଅଞ୍ଚଳ । ଏହି ମନ୍ଦିରର ପୂଜକ ମଙ୍ଗଳ ସିଂ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମା’ଙ୍କ ଠାରେ ଲୋକଙ୍କ ମଧ୍ୟରେ ରହିଥିବା ଆସ୍ଥା ଓ ବିଶ୍ୱାସ ଶ୍ରଦ୍ଧାଳୁମାନଙ୍କୁ ଆହୁରି ଆକର୍ଷିତ କରିଛି । ଦୂର ଦୂରାନ୍ତରୁୁ ଆସି ତିନିଦିନ ବ୍ୟାପୀ ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ । ଆଦିବାସୀ ପରମ୍ପରାର ରୀତିନୀତି ଆନୁସାରେ ଲିଙ୍ଗ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା ମା’ଙ୍କ ବାର୍ଷିକ ଯାତ୍ରା । ଲିଙ୍ଗ ପୂଜା ହେବା ସହ ମା’ଙ୍କ ଠାରେ ବେଲପତ୍ର, ମନ୍ଦାର ଫୁଲ ଆଦି ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମା’ଙ୍କ ଠାରେ ଭୋଗ ଲାଗି ଅର୍ପଣ କରାଯାଇଥିଲା । ମନ୍ଦିର ସମ୍ମୁଖରେ ମା’ଙ୍କ ବିଶ୍ୱରୂପ ଦର୍ଶନ ଓ ତାଲ୍‌ଚକେଲ ଗାଁରୁ ମନ୍ଦିର ପର୍ଯ୍ୟନ୍ତ ହରଗୌରୀଙ୍କ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାରେ ତାଲ୍‌ଚକେଲ ଗାଁ ଗୋଟିଏ ପ୍ରକାର ଜନ ସମୁଦ୍ର ପାଲଟିଥିବା ଦେଖିବାକୁ ମିଳିଛି । ଏଥିରେ ଅଞ୍ଚଳର ଜନ ପ୍ରତିନିଧି ମାନେ ସାମିଲ ହୋଇ ମାଆଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.