ls

ଛତାପିପଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ଧନ୍ୱନ୍ତରୀ ଇକୋ କ୍ଲବ ଦ୍ୱାରା ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଣ୍ଡା ମୁଖ୍ୟ ଅତିଥି ଓ ଲଛମନ ପଧାନ ମୁଖ୍ୟବକ୍ତା, ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ପାତ୍ର, ସିଆର୍‌ସିସି ସରୋଜ କୁମାର ଗଡତିଆ, ମୋ’ ସ୍କୁଲ ଅଭିଯାନର ସଦସ୍ୟ ଧୁବଳେଶ୍ୱର କଅଁର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଇକୋ କ୍ଲବ ଇନ୍‌ଚାର୍ଜ ପ୍ରକୃତି ବନ୍ଧୁ ଜୟକୃଷ୍ଣ ନାଏକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଟେଲ ସଭା ସଂଯୋଜନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ମାହତ୍ମ୍ୟର ଗାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ଅତିଥି ବୃନ୍ଦ ଓ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରି ଆସନ୍ତା ଏକ ମାସ ଧରି ହେବାକୁ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରକାଶ ଥାଉକି ଏବର୍ଷ ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କ ଦ୍ୱାରା ୫୦୦ ବୃକ୍ଷ ରୋପଣ କରାଯିବ । କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ଥାଟି, ଜୀବାନନ୍ଦ ଖମାରୀ, ଯୁଧିଷ୍ଠିର ଡାଙ୍ଗ, ତିର୍ଥରାଜ ପ୍ରଧାନ, ଶ୍ରୀପତି ପାତ୍ର ଓ ସୁନାବିର ନାଗ ସହଯୋଗ କରିଥିଲେ । ଶେଷରେ ଜୟକୃଷ୍ଣ ନାଏକ ଧନ୍ୟବାଦ ଦେଇଥିଲେ ।

pc pk
Leave A Reply

Your email address will not be published.