centurian jitm

ମାଁ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ଇଷ୍ଟ ଦେବୀ ମାଁ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ ଓ ଛବିଲାଲ ସେଠ୍ ପରମ୍ପରାଅନୁଜାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ପର୍ବରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ରଜକ ଭାଇ ବନ୍ଧୁ ଯୋଗଦାନ କରିଥିଲେ । ଜିଲ୍ଲା ସଭାପତି କଳାକାହ୍ନୁ ସେଂଙ୍କସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶା କେନ୍ଦ୍ରିୟ ରଜକ ସେବା ସଂଘ ଉପ ସଭାପତି ଉମେସ ସେଠ ମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ । ଜିଲ୍ଲା ସଂପାଦକ କିତ୍ତିଚନ୍ଦ୍ର ସେଠ୍ ସଭା ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଆଗକୁ ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କିପରି ଭାବରେ ସମ୍ପାଦନ କରାଯିବ ସେଥିପାଇଁ ବିଶେଷ ଆଳୋଚନା ହୋଇଥିଲା । କୋଷାଧ୍ୟକ୍ଷ ଶେଖର ସେନ ସେଠ ହିସାବ କାର୍ଯ୍ୟ ତୁଲାଇ ଆୟବ୍ୟୟ ବିବରଣୀ ପଠନ କରିଥିଲେ ଓ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଉପରେ ଆଳୋକପାତ କରିଥିଲେ । ମନ୍ଦିର କମିଟି ସଂପାଦକ ଗଦାଧର ସେଠ ବିଶେଷ କାର୍ଯ୍ୟ ତୁଲାଇଥିଲେ ଓ ମନ୍ଦିର କମିଟିର ସଭ୍ୟ ମାନେ ସାହାଯ୍ୟ ସହଯୋଗ କରିଥିଲେ । ବରିଷ୍ଠ ସଭ୍ୟ ଲକ୍ଷ୍ମୀପ୍ରସାଦ ସେଠ, ବଳରାମ ସେଠ, ଲକ୍ଷ୍ମୀନାରାୟଣସେଠ, କଟିନ୍ଦ୍ରସେଠ, ମିନକେତନ ସେଠ, ଶ୍ରୀକର ସେଠ୍‌, ରାଜକିଶୋର ସେଠ, ବିଭିନ୍ନ ବିଶେଷ ମତପୋଷଣ କରିଥିଲେ । ସଭ୍ୟ ଅକ୍ଷୟ ସେଠ, କୁଶ ସେଠ, କେଶବ ସେଠ, ଅଶୋକ ସେଠ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ କିର୍ତ୍ତୀଚନ୍ଦ୍ର ସେଠ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.