ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଯୁବ ଚେତନା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଅଖିଳ ବିଶ୍ୱ ଗାୟତ୍ରୀ ବଲାଙ୍ଗିର ଜିଲ୍ଲା ଯୁବ ଚେତନା ଶିବିର ପୂର୍ବାହ୍ନ ଘ.୧୦ ରେ ଗାୟତ୍ରୀ ମନ୍ତ୍ର ସହିତ ପ୍ରାରମ୍ଭ କରାଯାଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ଯୁବା ଏକତ୍ରିତ ହୋଇଥିଲେ । ରାୟଗଡାଠାରେ ଆଗାମୀ ମାର୍ଚ୍ଚ ୨୯, ୩୦, ୩୧ ୨୦୨୪ରେ ପ୍ରାନ୍ତୀୟ ଯୁଗ ସୃଜେତା ଯୁବ ସମ୍ମେଳନ ପାଇଁ ଯୁବ ଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ରଜତ କୁମାର ଷଡଙ୍ଗୀ ଓ ଅରୁଣ କୁମାର ନାୟକ ଯୁବାମାନଙ୍କୁ ସଂଗଠିତ କରିବା ଏବଂ ଦିଶା ଦର୍ଶନ ପାଇଁ ମାର୍ଗଦର୍ଶନ କରାଇଥିଲେ । ଏହାକୁ ପରିଚାଳନା କରିଥିଲେ ବିନୟ କୁମାର ସାହୁ, ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମର ସଫଳତା ଏବଂ ଶିବିର ସଫଳତା ତଥା ଧନ୍ୟବାଦ ଅର୍ପଣ କାଳୀପ୍ରସାଦ ମିଶ୍ର କରିଥିଲେ । ମୋକ୍ଷଦା ଶର୍ମା, ନିମାଇଁ ଚନ୍ଦ୍ର ତାଣ୍ଡି, ପ୍ରତିଭାମୟୀ ତାଣ୍ଡି, ସରୋଜ କୁମାର ଦୋରା, ଭାଗ୍ୟବାନ ସାହୁ, ରାଜ କୁମାର କେବଟ, ନଳିନୀ ତ୍ରିପାଠୀ, ବିଣାପାଣୀ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!