centurian jitm

ଅପ୍ରେଲ ୧୫ରୁ ଆରମ୍ଭ ହେଉଛି ଚିନ୍ତା ଓ ଚେତନାର ୪୮ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ

nschool

ଭୁବନେଶ୍ୱର, (ପିଆଇବି) : ରାଜ୍ୟର ପୁରାତନ ସାଂସ୍କୃତିକ ଓ ସମାଜସେବା ଅନୁଷ୍ଠାନ ଚିନ୍ତା ଓ ଚେତନା ଏବଂ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ପାଳନ ମହୋତ୍ସବର ଅନନ୍ୟ ମହକ ୪୮ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ୨୦୨୫, ରବିନ୍ଦ୍ର ମଣ୍ଡପଠାରେ ଅପ୍ରେଲ ୧୫ରୁ୧୮ ପର୍ଯ୍ୟନ୍ତ ଯଥାରୀତି ଅନୁଷ୍ଠିତ ହେଉଅଛି ।ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରାନ୍ତୀୟ ନୃତ୍ୟ ଓ ସଂଗୀତ ଦଳ ସହ ଭାରତର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ, ଓଡ଼ିଶୀ, କଥାକଳି, କୁଚୁପୁଡ଼ି, ଭାରତନାଟ୍ୟମ ଓ କଥକ ନୃତ୍ୟର ବରିଷ୍ଠ ଓ ନବୀନ କଳାକାର ଦୀର୍ଘ ୪ ଦିନ ଧରି ସେମାନଙ୍କର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ । ଏହାଛଡ଼ା ସି.ଆର.ପି.ଏଫ୍‍ ଓ ୭ମ ବାଟାଲିୟାନର ବ୍ରାସ୍‍ବ୍ୟାଣ୍ଡ୍‍, ଗାର୍ଡ ମାର୍ଚ୍ଚପାସ୍‍ କରିବା ସହ ବିଭିନ୍ନ ଦେଶାତ୍ମକବୋଧକ ଧୂନ୍‍ ପରିବେଷଣ କରିବେ । ଛଉ ନୃତ୍ୟ ଠାରୁ ଆରମ୍ଭ କରି ଚଢେ଼ୟା ଚଢେ଼ୟାଣୀ, ଘୁମୁରା, ମା’ ସାରଳାଙ୍କ ଘଟନୃତ୍ୟ, କାଳିକା ନୃତ୍ୟ,ମହିଷାମର୍ଦ୍ଦିନୀ, ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ରଣପା ଓ ଯୋଡ଼ିଶଂଖ, ଦେବଦାସୀ, ଗୋଟିପୁଅ, ପଶୁପକ୍ଷୀ ଓ ଜୀବନ୍ତ କଣ୍ଢେଇ ନୃତ୍ୟ ସହମ୍ୟାଜିକ୍‍ ସୋ’ ଇତ୍ୟାଦି ବିଭିନ୍ନ ସଂଧ୍ୟାରେ ପରିବେଷଣ କରାଯିବ । ମହୋତ୍ସବର ମୁଖ୍ୟ ଆକର୍ଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟପହଣ୍ଡି ଶ୍ରୀକ୍ଷେତ୍ର ପୁରୀ ଢ଼ାଞ୍ଚାରେ ଆଲଟ, ଚାମର, ଛତ୍ରତ୍ରାସ, କାହାଳୀ ଓ ପାରଂପାରିକ ଆଳତି, ପୂଜାର୍ଚ୍ଚନାର ଦିବ୍ୟ ଆରାଧନା ପ୍ରତି ସଂଧ୍ୟାରେ ସମସ୍ତଙ୍କ ପାଇଁ ଦର୍ଶନ ଓ ତୁଳସୀ ପ୍ରସାଦର ବ୍ୟବସ୍ଥା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ, ପ୍ରଶାସକ, ଲେଖକ, କଳାକାର, ଆରକ୍ଷୀ ଓ ସମରବାହିନୀର ପ୍ରମୁଖ ଅଧିକାରୀ, କ୍ରୀଡ଼ା ଓ ଯୁବବର୍ଗର ପ୍ରତିଭାଧର ଓ ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ବିଭିନ୍ନ ସଂଧ୍ୟାରେ ଏହି ମହୋତ୍ସବକୁ ଲୋକାର୍ପିତ କରିବାର ବ୍ୟବସ୍ଥା ସହ ‘ପବିତ୍ର ନୀଳଚକ୍ରଙ୍କ ବିଜେ ଓ ପ୍ରଦାନ ମହୋତ୍ସବ’ ଆଧ୍ୟାତ୍ମ ଓ ଭାରତୀୟ ସଂସ୍କୃତିର ଆଦର୍ଶ ପୁସ୍ତକମାନ ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ପ୍ରକାଶ ଥାଉକି ଚଳିତ ବର୍ଷଠାରୁ ଦୀର୍ଘ ତିନି ବର୍ଷ ବ୍ୟାପୀ ଚିନ୍ତା ଓ ଚେତନା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ରାଜ୍ୟର କୋଣଅନୁକୋଣରେ ବିଭିନ୍ନ ଜନମଙ୍ଗଳକର କାର୍ଯ୍ୟ, ଜନଜାଗରଣ ଓ ଅସ୍ମିତାର ବ୍ୟାପକ ପ୍ରସାର, ସୁରକ୍ଷା ଓସମ୍ପ୍ରସାରଣର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କୋଣଅନୁକୋଣରେ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଅନୁରୋଧ, କଳାପ୍ରେମୀ ଓ ଓଡ଼ିଆ ଅସ୍ମିତାର ବର୍ଗୀକରଣ ଦର୍ଶକମଣ୍ଡଳି ବହୁସଂଖ୍ୟାରେ ଏହି ମହୋତ୍ସବରେ ଯୋଗଦେବା ପାଇଁ ଚିନ୍ତା ଓ ଚେତନା ବୈଶାଖୀ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ବିଭିନ୍ନ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ବହୁସଂଖ୍ୟାରେ ଏହାକୁ ପ୍ରସାରଣ ଓ ଫଟୋ ସମ୍ବାଦ ମୁଦ୍ରଣ କରି ଓଡ଼ିଆ ନବବର୍ଷ ପାଳନ ମହୋତ୍ସବର ଓଡ଼ିଆ ଅସ୍ମିତାକୁ ବିଶ୍ୱବିଦିତ କରିବାପାଇଁ ନିର୍ଦ୍ଦେଶକ, ବୈଶାଖୀ ମହୋତ୍ସବ କମିଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି ।

Leave A Reply

Your email address will not be published.