ବିଶ୍ୱାସ ଆଇନରେ ନୁହେଁ, ନ୍ୟାୟରେ ତିଆରି ହୁଏ ବୋଲି ଶ୍ରୀ ବିଶିଙ୍କ କଡା ଚେତାବନୀ

  • “ଜନ ବିଶ୍ୱାସ ନା ଜନଭ୍ରମ ସରକାରଙ୍କୁ ବିଶିଙ୍କ ପ୍ରଶ୍ନ” ବଞ୍ଚିବା ସହଜ ବ୍ୟବସାୟ କରିବା ସହଜ ନୀତିରେ ଗରିବ ଯେତେବେଳେ ପୀଡିତ, ସେତେବେଳେ କେଉଁଠି ଜନ ବିଶ୍ୱାସ ?”
  • “ଶେଷ ଲୋକ ପର୍ଯ୍ୟନ୍ତ ବିଶ୍ୱାସ ପହଞ୍ଚୁ : ସାଂସଦ ଶ୍ରୀ ବିଶିଙ୍କ ବିରାଟ ଆହ୍ୱାନ”

ନୂଆଦିଲ୍ଲୀ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜନ ବିଶ୍ୱାସ ସଂଶୋଧନ ବିଧେୟକ ୨୦୨୬ ଉପରେ ଆଲୋଚନା ସମୟରେ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ କେବଳ ଆଇନ ସଂଶୋଧନ କରିଦେଲେ ବିଶ୍ୱାସ ତିଆରି ହୁଏନାହିଁ ଏଥିପାଇଁ ନ୍ୟାୟ ଓ ଜବାବଦେହିତା ଆବଶ୍ୟକ । ଓଡ଼ିଶା ରାଜ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଗରିବ, ମହିଳା, ଆଦିବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକ ଏପର୍ଯ୍ୟନ୍ତ ଉତ୍ପୀଡନର ସମ୍ମୁଖୀନ ହେଉଛନ୍ତି । ସାଂସଦ ଶ୍ରୀ ବିଶି କହିଥିଲେ ଯେ ଆଦିବାସୀମାନଙ୍କ ପାଇଁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବିକ୍ରୟ ଜୀବନ ଜୀବିକାର ଆଧାର, କିନ୍ତୁ ସେମାନଙ୍କ ଛୋଟ ଭୁଲରେ ମଧ୍ୟ ଦଣ୍ଡିତ ହେଉଛନ୍ତି । ସେ କହିଥିଲେ ଯେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ସହ ସମନ୍ୱୟ ନାହିଁ ଓ ସୁରକ୍ଷା ବ୍ୟବସ୍ଥା ଅଭାବ ରହିଛି । ଶ୍ରୀ ବିଶି ସରକାରଙ୍କୁ ସତର୍କ କରିଥିଲେ ଯେ “ଜନ ବିଶ୍ୱାସ” କେବଳ ନାରା ହୋଇ ରହିଯିବ ଯଦି ତୃଣମୂଳ ସ୍ତରରେ ଲୋକଙ୍କୁ ନ୍ୟାୟ ମିଳିବ ନାହିଁ ।

Leave A Reply

Your email address will not be published.