କନ୍ଧମାଳ ଜିଲ୍ଲା ରାଜସ୍ୱ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ରାଜସ୍ୱ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଦ୍ୟାବଧି ସୁଦ୍ଧା ସରକାର ୯ ଦଫା ନ୍ୟାର୍ଯ୍ୟ ଦାବି ପୂରଣ କରୁନଥିବାରୁ ଚଳିତ ମାସ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତ୍ତ ନିଆଯାଇଛି । ରାଜ୍ୟ ସଂଘ ମଧ୍ୟ ଏପରି ନିଷ୍ପତ୍ତି ନେଇଛନ୍ତି । ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂଘର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାର ଶତାଧିକ ରାଜସ୍ୱ ଅମଲା ଯୋଗ ଦେଇଥିଲେ । ସଂଘ ତରଫରୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କେ. ଗୌତମ ରାଓ, କୋଷାଧକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ୱଜିତ ପଣ୍ଡା, କ୍ଷୀରାବ୍ଦି ତନୟା ଦିଗାଲ ପ୍ରମୁଖ ଉପସ୍ଥିତ ଥୂଲେ । ଏହି ବୈଠକକୁ ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ପଣ୍ଡା ସଂଯୋଜନା କରିଥିବା ବେଳେ ଉପସଭାପତି ରୂପମ୍ବିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.