
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୁରିବାହାଲ ବ୍ଲକସ୍ତରୀୟ ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟିର ତୀବ୍ର ପ୍ରତିବାଦ : ପ୍ରଶାସନକୁ ଦାବିପତ୍ର ପ୍ରଦାନ ସହ ଚେତାବନୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାଂଲାଦେଶରେ ସୃଷ୍ଟି ହୋଇଥିବା ଅରାଜକତା ଓ ଏହାର ପ୍ରଭାବରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ ତଥା ମୁରିବାହାଲ ବ୍ଲକ ଅଞ୍ଚଳରେ ଅନଧିକାର ଭାବେ ବସବାସ କରୁଥିବା ବାହାର ଅନୁପ୍ରବେଶକାରୀଙ୍କୁ ତୁରନ୍ତ ବିତାଡିତ କରାଯିବା ପାଇଁ ଦାବୀ କରିଛି ମୁରିବାହାଲ ବ୍ଲକସ୍ତରୀୟ ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟି । କମିଟି ପକ୍ଷରୁ ସୋମବାର ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଯାଇ ମୁରିବାହାଲ ବିଡ଼ିଓ ଦାୟିତ୍ଵରେ ଥିବା ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ତହସିଲଦାର ଜଗଦୀଶ କର୍ତାମୀ ଓ ଥାନା ଓଆଇସି ଦନାର୍ଦନ ଓରାମଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କମିଟି ଅଭିଯୋଗ କରିଛି ଯେ, ଅନୁପ୍ରବେଶ ଭଳି ସମ୍ବେଦନଶୀଳ ବିଷୟ ପାଇଁ ଆଜି ଶାନ୍ତିଶୃଙ୍ଖଳା ରକ୍ଷା ପ୍ରତି ଗୁରୁତର ସମସ୍ୟା ସୃଷ୍ଟି କରିଛି । ମୁରିବାହାଲ ବ୍ଲକ ଓ ନିକଟସ୍ଥ ଗ୍ରାମଗୁଡିକରେ ବହୁ ସଂଖ୍ୟକ ବାଂଲାଦେଶୀ ଶରଣାର୍ଥୀ ଓ ମ୍ୟାନମାରର ରୋହିଜ୍ଞାମାନେ ଛୋଟ ଛୋଟ ବ୍ୟବସାୟ ପାଇଁ ଆସି ସବୁଦିନ ପାଇଁ ଆଡ୍ଡା ଜମାଇ ରହିଯାଇଛନ୍ତି । ସେମାନଙ୍କ ପାଖରେ ଜାଲ ଆଧାର କାର୍ଡ ମଧ୍ୟ ରହିଥିବା ଜଣାପଡିଛି । ହଜାର ହଜାର ସଂଖ୍ୟାରେ ବ୍ଲକ ଅଞ୍ଚଳରେ ଏହି ବାହାର ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଆଗାମୀ ଦିନରେ ଏହି ଅଞ୍ଚଳରେ ଭୟାନକ ସାମାଜିକ ଓ ରାଜନୈତିକ ସଙ୍କଟ ସୃଷ୍ଟି କରିବ । ବିଭିନ୍ନ ସ୍ଥାନରେ ଏମାନଙ୍କ ଅବାଧରେ ଅନୁପ୍ରବେଶ ସମ୍ପୁର୍ଣ୍ଣ ରୂପେ ପ୍ରାୟୋଜିତ ଓ ଏହା ପଛରେ ଏକ ଆନ୍ତର୍ଜାତୀୟ ସଂଗଠନ କାମ କରୁଥିବା କମିଟି ଅଭିଯୋଗ କରିଛି । ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳରେ ବସବାସ କରୁଥିବା କିମ୍ବା ବ୍ୟବସାୟ ଉଦ୍ଦେଶ୍ୟରେ ଥିବା ସମସ୍ତ ବାହାର ଅନୁପ୍ରବେଶକାରୀଙ୍କୁ ତୁରନ୍ତ ବିତାଡିତ କରିବା ପାଇଁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ଗ୍ରହଣ କରି ପ୍ରଶାସନିକ ଅଧିକାରୀମାନେ ଯେ, କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଆପଣମାନେ ପ୍ରଶାସନକୁ ସୂଚନା ଦେବାକୁ କମିଟିକୁ ଅନୁରୋଧ କରିଥିଲେ । ମୁରିବାହାଲ ବ୍ଲକସ୍ତରୀୟ ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟି ପକ୍ଷରୁ ସଭାପତି ବନବିହାରୀ ଯୋଶୀ, ସମ୍ପାଦକ ନାରାୟଣ ସାହୁ, କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ମୁଖ୍ୟ ପରାମର୍ଶଦାତା ଶ୍ରୀବତ୍ସ ବେହେରା, ଉପସଭାପତି ଟୁନା ବାବା, ସୁଧାଂଶୁ ପୋଡ଼ ଯାଦବ, ଅନ୍ତର୍ଯ୍ୟାମୀ ମହାକୁର, କୋଷାଧ୍ୟକ୍ଷ ଭରତ ଦାସ, ସଂଯୋଜକ ଦିବ୍ୟସୁନ୍ଦର ସାହୁ, ସୁରେଶ ଭୋଇ, ଗିରିଧାରୀ କମ୍ପ, ଦୀନବନ୍ଧୁ ବାଗ, ପ୍ରସାଦି କମ୍ପ, ମାନପତି ସାଣ୍ଡ, ତହସିଲ ନାଗ, ସୁଦାମ ସାହୁ, ପଦ୍ମଲୋଚନ ସାହୁ, କିଶୋର ଘିବେଲା, ଉଦିତ କଟା, ରଞ୍ଜିତ ଆଚାରୀ, ମନୋଜ ସାହୁ, ଗୋପାଳ ବାଗ, ରୋହିତ ସାହୁ, ଗଜେନ୍ଦ୍ର ବାଗ, ମୁରିବାହାଲ ବ୍ଲକ ଜର୍ନାଲିଷ୍ଟ ଆସୋସିଏସନ୍ର ସଭାପତି ଦୁର୍ଗାନନ୍ଦ ମହାକୁର, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ ଓ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡିଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।