oom

ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ୬୦ ଗରିବ ପରିବାରକୁ ଛେଳି ବଣ୍ଟନ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର ନର୍ଲା, ମ.ରାମପୁର, କର୍ଲାମୁଣ୍ଡାର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ତରଫରୁ ମାନବିକତା ସହାୟତା କାର୍ଯ୍ୟକ୍ରମ ଜରିଆରେ ଗିଫ୍ଟ ଟୁ ଏସିଆ ସହଯୋଗରେ ଗତକାଲି ଭୂମିହୀନ, ବିଧବା ମହିଳା ଓ ଅସହାୟ ପରିବାରକୁ ଛେଳି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ନର୍ଲା ବ୍ଲକର ଖେତୁପଡା, ଅଏଲାପାଲି, ଆଲିମ, ଥାପେନ, ରେନ୍ଦବାହାଲି ଓ ମ.ରାମପୁର ବ୍ଲକର ପେଞ୍ଜିକୁପା, ଦୁଲେନ, ବୋରଭଟା, ପଢେଳକୁନା, ସାନସୁରଡ଼ା, ବୁଢ଼ୀଖମନ ଗାଁର ୬୦ଟି ଗରିବ ବ୍ୟକ୍ତିଙ୍କୁ ଆର୍ଥିକ ସ୍ଥିତି ମଜବୁତ କରିବା ଉଦ୍ଧେଶ୍ୟରେ ଅନୁଷ୍ଠାନ ପକ୍ଷରୁ ମାଗଣାରେ ଛେଳି ଯୋଗେଇ ଦେଇଥିବା କାର୍ଯ୍ୟକ୍ରମ ସଂଯୋଜକ ଅମ୍ବରିଷ ମିଶ୍ର କହିଛନ୍ତି ।ଏଥିରେ ଗୋଷ୍ଠୀ ସାଧନ କର୍ମୀ କମଳ ଲୋଚନ ଡି ମାଝୀ ଓ ତିଳେଶ୍ୱର ଗୌଡ଼ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.