ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସି.ଏମ୍. ଟ୍ରଫି ପାଇଁ ଆସନ୍ତା ଫେବୃଆରୀ ୩ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଖୋ ଖୋ ଖେଳାଳି ଚୟନ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ ଓ ଭଲିବଲ୍ ଖେଳାଳୀ ଚୟନ ଗାନ୍ଧୀ ଷ୍ଟାଡ଼ିୟମ୍ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । କବାଡ଼ି ଖେଳାଳୀ ଚୟନ ତା.୦୪.୦୨.୨୦୨୬ରିଖ ସକାଳ ୯ଘଣ୍ଟା ସମୟରେ ଗାନ୍ଧୀ ଷ୍ଟାଡ଼ିୟମ୍, ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । ଏଥିରେ ଯେଉଁ ଖେଳାଳୀମାନେ ପୂର୍ବରୁ ରେଜିଷ୍ଟ୍ରେସନ୍ କରିଛନ୍ତି ସେମାନେ କେବଳ ଭାଗ ନେଇପାରିବେ । ଖେଳାଳୀମାନେ ତାଙ୍କର ଜନ୍ମ ପ୍ରମାଣପତ୍ର, ଆଧାକାର୍ଡ ଏବଂ କଲର୍ ପାସ୍ପୋର୍ଟ ଫଟୋ ସାଙ୍ଗରେ ନେଇକିି ଆସିବେ । ଅଧିକ ବିବରଣୀ ନିମନ୍ତେ ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ ।