ରାଜ ବୋଡ଼ାସମ୍ବର ହାଇସ୍କୁଲରେ ନୂତନ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲରେ ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦର ସାଧାରଣ ସଭା ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କୋଷାଧକ୍ଷ ଚନ୍ଦ୍ରଶେଖର ପୁରୋହିତ ଗତ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ପରେ ନୂତନ କାର୍ଯ୍ୟକାରିଣୀ ଗଠନ ପାଇଁ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ ଜୟନାରାୟଣ ତ୍ରିପାଠୀ ସଭାପତି, ପ୍ରତାପ ମିଶ୍ର କାର୍ଯ୍ୟକାରୀ ସଭାପତି, ପ୍ରିତମ ମେହେର ଉପସଭାପତି, ଚିନ୍ମୟ କୁମାର ପଣ୍ଡା ସମ୍ପାଦକ, ରଶ୍ମି ରଞ୍ଜନ ପାଗୋଡା ସହ ସମ୍ପାଦକ ଓ ଚନ୍ଦ୍ରଶେଖର ପୁରୋହିତ କୋଷାଧକ୍ଷ ଭାବେ ମନୋନୀତ ହୋଇଥିଲେ । ପ୍ରତି ବ୍ୟାଚ୍‌ରୁ ଜଣେ ଲେଖାଏଁ ପୂର୍ବତନ ଛାତ୍ରଙ୍କୁ କାର୍ଯ୍ୟକାରିଣୀକୁ ମନୋନୀତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଚିତ୍ତରଞ୍ଜନ ଦାଶ, ଜିତେନ୍ଦ୍ରିୟ ନାଥ ଗୁରୁ, ଡ଼. ଭକ୍ତପୂରନ ସାହୁ, ଗୋବିନ୍ଦ ପାଣିଗ୍ରାହୀ, ରାଜ ଯୋଶୀ, ରବି ଦୋରା, ଗଙ୍ଗାଧର ପାଢ଼ୀ, ସୁନୀଲ ଅଗ୍ରୱାଲ, ଟଇନା ସିନ୍‌ହା, ଅଶ୍ୱିନୀ ପଣ୍ଡା ଓ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହି ପୁରାତନ ଛାତ୍ର ପରିଷଦକୁ ସକ୍ରିୟ ଓ ସବଳ କରିବାକୁ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.