୨୧ତମ ଲୋକ ଉତ୍ସବ ଲାଗି ଉଦ୍‌ଘୋଷକ ଉଦ୍‌ଘୋଷିକା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ୨୧ତମ ଲୋକ ମହୋତ୍ସବ ପାଇଁ ଉଦ୍‌ଘୋଷକ ଓ ଉଦ୍‌ଘୋଷିକା ଚୟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ରାଜେନ୍ଦ୍ର କଲେଜ, ବାଳିକା ମହାବିଦ୍ୟାଳୟ ଓ ଆୟୁର୍ବେଦିକ କଳାକାର ଯୋଗ ଦେଇଥିଲେ । ୫୧ ଜଣ ପୁରୁଷ ଏବଂ ମହିଳା ଯୋଗ ଦେଇଥିଲେ । ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରଶ୍ମି ରଂଜନ ମିଶ୍ର ଦୀପ ପ୍ରଜ୍ଜଳନ କରି ଶୁଭ୍‌ ଉଦ୍‌ଘାଟନ କରିଥିଲେ । ଜଜ୍‌ ଭାବେ ପ୍ରଶାନ୍ତ ଖମାରୀ, ମଧୁସୁଦନ ନାୟକ, ଅଚ୍ୟୁତ ପୁରୋହିତ, ସୁଧାଂଶୁ ଶେଖର ପଟ୍ଟନାୟକ ମନରଂଜନ ଯୋଗୀ ଯୋଗ ଦେଇଥିଲେ । ଷ୍ଟେଜ କମିଟିର ଅଧ୍ୟକ୍ଷ ଗୁଣନିଧି ନାୟକ, ସହ-ଅଧ୍ୟକ୍ଷ ସଂଗୀତା ଦାଶ, ରାମ ପ୍ରସାଦ ଦାଶ ମଂଚ ପରିଚାଳନା କରିଥିଲେ । ସହଯୋଗ କରିଥିଲେ ଜୟକୃଷ୍ଣ ମିଶ୍ର । ଆଗାମୀ ୨୦ରୁ ୨୪ ପର୍ଯ୍ୟନ୍ତ ବଲାଙ୍ଗିର ଲୋକ ମହୋତ୍ସବରେ ଉଦ୍‌ଘୋଷକ ଓ ଉଦ୍‌ଘୋଷିକା ପ୍ରସ୍ତୁତି କରାଯାଇଥିଲା । ୧୦ ଜଣ ଚୟନ କରାଯାଇ ପ୍ରତିଦିନ ତାଲିମ ନେବେ ବୋଲି କମିଟି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!