ବିବେକାନନ୍ଦ ପାଠାଗାରର କର୍ମକର୍ତ୍ତା ଚୟନ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବାଗଜୋର ସ୍ଥିତ ବିବେକାନନ୍ଦ ପାଠାଗାରର ଏକ ବୈଠକ ଭୀମସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ହେମସାଗର ସାହୁ ସଂପାଦକ, ଯୋଗେଶ ସାହୁ ସହସଂପାଦକ, ଚନ୍ଦ୍ର ଚନ୍ଦନ ଉପସଭାପତି, ନାରାୟଣ ଜାଲ ଓ ବିଶ୍ୱଜିତ ମିଶ୍ର ସାଂସ୍କୃତିକ ସଂପାଦକ, ରାଜକିଶୋର ସେଠ ଲାଇବ୍ରେରି ସଂପାଦକ ମନୋନୀତ ହୋଇଥିଲେ । ଆଗାମୀ ବିବେକାନନ୍ଦ ଜୟନ୍ତୀ ଦିନ ବାର୍ଷିକୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.