ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁ ନାହିଁ ଚାଉଳ : ଲେପ୍ସ ଆଲରେ ଚାଉଳରୁ ବଞ୍ଚିତ କରାଯାଉଥିବା ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ବଦଳରେ ସମସ୍ୟା ଦ୍ୱିଗୁଣିତ ହୋଇଛି । ଓଡିଶାବାସୀଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ କଣ୍ଟାବାଞ୍ଜି ଅଞ୍ଚଳର ଅନେକ ଦାଦନ ଶ୍ରମିକ ପରିବାର ଏବଂ ସାଧାରଣ ଲୋକେ ଚାଉଳ ପାଇବାରେ ବଞ୍ଚିତ ହେଉଛନ୍ତି । ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇ କିଛି ମାସ ପରେ ଘରକୁ ଫେରିଲେ ଚାଉଳ ଦିଆଯାଉନାହିଁ । ଚାଉଳ ଲେପ୍ସ ଆଲରେ ହିତାଧିକାରୀଙ୍କୁ ଚାଉଳ ମିଳୁ ନାହିଁ । ପ୍ରତି ମାସରେ ଚାଉଳ ନେବା ପାଇଁ କୁହାଯାଉଥିବା ବେଳେ ଗାଁରେ ନଥିବା ବ୍ୟକ୍ତି ଚାଉଳ ଆଣିବାକୁ ଯାଇନ ପାରିଲେ ସେହି ପରିବାରକୁ ପୂର୍ବ ମାସର ଚାଉଳ ଦିଆନଯାଇ ଲୋକଙ୍କୁ ହଇରାଣ କରଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ଅଜିତ ଯୋଶୀ । ବିଜେଡି ସରକାରରେ ଲୋକଙ୍କୁ ଠିକ ଭାବେ ଚାଉଳ ମିଳୁଥିଲା । ବାହାରକୁ ଯାଇ ଫେରିବା ପରେ ୨/୪ ମାସର ଚାଉଳ ଏକା ସାଙ୍ଗରେ ପାଇ ପାରୁଥିଲେ । ଏବେ କିନ୍ତୁ ଲୋକଙ୍କୁ ବକେୟା ରହିଯାଇଥିବା ଚାଉଳ ଦିଆଯାଉନାହିଁ । ଚାଉଳ ଲେପ୍ସ ହୋଇଯାଉଛି ବୋଲି କୁହାଯାଉଛି । ଲେପ୍ସ ଆଲରେ ଅନେକ ଗରିବ ପରିବାର ଚାଉଳ ପାଇ ପାରୁନାହାନ୍ତି । ପୂର୍ବ ସରକାରରେ ଲୋକେ ବାହାରୁ ଗାଁକୁ ଫେରିଲା ପରେ ସେମାନଙ୍କୁ ଚାଉଳ ମିଳୁଥିଲା । ଏବେ କିନ୍ତୁ ଲୋକେ ଗୋଟିଏ ମାସ ବିତିଗଲେ ପୂର୍ବ ମାସର ଚାଉଳ ପାଉ ନାହାନ୍ତି । ଲେପ୍ସ ଚାଉଳର ତାଲିକା ପ୍ରତି ପଞ୍ଚାୟତରେ ଛପା ଯାଉ ଏବଂ ଗରିବ ପରିବାରକୁ ଚାଉଳରୁ ବଂଚିତ କରାନଯାଉ । ଯେଉଁ ହିତାଧିକାରୀଙ୍କ ଚାଉଳ ବକେୟା ରହିଯାଇଛି ସେମାନଙ୍କୁ ପୂର୍ବପରି ଏକକାଳୀନ ଦିଆଯାଉ ବୋଲି ଦାବି କରିଥିଲେ ।

Leave A Reply

Your email address will not be published.