lika

ଆଜି ହେଉଛି ନୃସିଂହ ଚତୁର୍ଦ୍ଦଶୀ, ପଦ୍ମପୁର ଉପଖଣ୍ଡର ମହାପର୍ବ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ମହାନ ପର୍ବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହାସମାରୋହରେ ଚାଲିଛି । ଆଜି ଚତୁର୍ଦ୍ଦଶୀ ଦିବସରେ ସକାଳୁ ପ୍ରଥମେ ବ୍ରାହ୍ମଣ ପୂଜନ, ସୂର୍ଯ୍ୟପୂଜା, ନୃସିଂହ ମହାପ୍ରଭୁଙ୍କ ଦର୍ଶନ ଓ ମଣ୍ତପର ଚାରିଥର ବେଢା ବୁଲି ପୂଜାରମ୍ଭ ପୂର୍ବକ ଶୁଭସ୍ତମ୍ଭ, ବାସ୍ତୁପୂଜା, ତୋରଣ ପୂଜା, ଗ୍ରହପୂଜା ଅନୁଷ୍ଠିତ ହୋଇଥିଲା । ନୃସିଂହ ମହାପ୍ରଭୁଙ୍କର ଷୋଡଶ ଉପଚାର, ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ହୋଇଥିଲା । ସନ୍ଧ୍ୟାରେ ଶ୍ରୀ ମହାପ୍ରଭୁଙ୍କ ଧୂଜା ବନ୍ଦନ ଓ ପୀତ କନ୍ଧ ଭୋଗ ଅର୍ପଣ କରାଯାଇଥିଲା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ଅବସରରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । କର୍ତ୍ତା ଭାବେ ଚୁଡାମଣି ଭୁଏ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସନ୍ତୋଷିନୀ ଭୁଏ କାର୍ଯ୍ୟ ନିର୍ବାହ କରିଥିବା ବେଳେ ମୁଖ୍ୟ ପଣ୍ଡିତ ଡିଗ୍ରୀଧର ଦେବତା, ସୁବାଷ ଚନ୍ଦ୍ର ଦେବତା, ଲିଙ୍ଗରାଜ ଦେବତା, ମିତ୍ରଭାନୁ ଦେବତା, ରାମଚନ୍ଦ୍ର ତ୍ରିପାଠୀଙ୍କ ସମେତ ୧୬ ଜଣ ଦକ୍ଷ ପଣ୍ଡିତଙ୍କ ଦ୍ୱାରା ପୂଜାପାଠ, ବିଶ୍ୱଶାନ୍ତି ମହାଯଜ୍ଞ ସହ ନୃସିଂହ ମହାପ୍ରଭୁଙ୍କ ବୀଜମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ପ୍ରଶାସନ ପକ୍ଷରୁ ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ, ପୋଲିସ ମୂତନୟ ହୋଇ ଶ୍ରଦ୍ଧାଳୁମାନଙ୍କର ଉତ୍ତମ ସେବା ଯୋଗାଇ ଦିଆଯାଉଛି । ବୈଶାଖ ମେଳାରେ ରାଜ୍ୟ ବାହାରୁ ତଥା ପଡୋଶୀ ରାଜ୍ୟ ଛତିଶଗଡରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବାର ଦେଖାଦେଉଛି । ଏହି ଅବକାଶରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ନୃସିଂହନାଥ ବୈଶାଖ ମେଳା ଚତୁର୍ଦ୍ଦଶୀ ଅବସରରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା । ପାଇକମାଲ ଡ୍ରାଇଭର ସଂଘ ତରଫରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନ୍ନଛତ୍ର ବଣ୍ଟନ କରାଯାଇଥିଲା । କୁଲତା ସମାଜ ଯୁବ ସଂଗଠନ ଦ୍ବାରା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନ୍ନଛତ୍ର ବଣ୍ଟନ କରାଯାଇଥିଲା । ଆଜି ଦ୍ବିତୀୟ ସଂନ୍ଧ୍ୟାରେ ବୈଶାଖ ମେଳା ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

babaa
Leave A Reply

Your email address will not be published.