ରାଉରକେଲା କଲେଜରେ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଅର୍ଥନୀତି ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ବୈଜୟନ୍ତୀ ବାରିକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିବା ସହ ସମର୍ପିତ ଭାବ, ଦୃଢ ଇଚ୍ଛାଶକ୍ତି, ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ଜୀବନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସଫଳତା ପାଇଁ କଷ୍ଟ କେବେ ପ୍ରତିବନ୍ଧକ ନୁହେଁ । ଏଥିପାଇଁ ସେ ମହାତ୍ମାଗାନ୍ଧୀ, ନେପୋଲିଓନ ଓ ନିଜ ଜୀବନିର ଉଦାହରଣ ଦେଇଥିଲେ । ପ୍ରଫେସର ବାରିକ ତାଙ୍କ ବକ୍ତବ୍ୟରେ ଭଲ ଅଭ୍ୟାସକୁ ଗୁରୁତ୍ୱ ଦେବାସହ ପାଠ ପଢା ସମୟରେ ଛୋଟ ଛୋଟ ଖୁସିକୁ ଛାଡିଦେଲେ ଭବିଷ୍ୟତରେ ବଡଖୁସି ପାଇପାରିବ ବୋଲି ମତ ରଖିଥିଲେ । ଶେଷରେ ଅଧ୍ୟାପିକା ସଲେହା ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ଅଙ୍କିତା ନାୟକ ଓ ପ୍ରିୟଙ୍କା କୁମାରୀ ବିଶ୍ଵକର୍ମା ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନସ୍ମିତା ଓଝା, ଆର୍ଯ୍ୟନ ପ୍ରଖର, ଏଲିସ୍ ବାରା, ମନିଷ ଚଲେକକଲା, ଗିରିଜା ଶଙ୍କର ସ୍ୱାଇଁ, ପ୍ରତୀକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.