ସିନାପାଲିରେ ଦୁଲୁକିଲା ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲିରେ ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକ ପୂରଣ ନାଁରେ ହଜାର ହଜାର ଶ୍ରଦ୍ଧାଳୁ ମାଁ ମହୁଲ ଗୋଛିଏନଙ୍କ ପାଖରେ ନିଜକୁ ସମର୍ପିତ କରି ମା’ଙ୍କ ଆଶୀର୍ବାଦ ନେଇଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସିନାପାଲି ସହର ପ୍ରକମ୍ପିତ ହୋଇ ଉଠିଥିଲା । ମାଁ ମହୁଲ ଗୋଛିଏନଙ୍କ ପୂଜା ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୪ଟାରେ ମାଁଙ୍କ ବିଜୟ ଯାତ୍ରା ବାହାରିଥିଲା । ପ୍ରଥମେ ସିନାପାଲି ଥାନାରେ ମାଁ ପୂଜାପାଇ ଗ୍ରାମ ପରିକ୍ରମା କରିଥିଲେ । ମାଁଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ସିନାପାଲିରେ ଦେଖିବାକୁ ମିଳିଥିଲା । ଏହା ସହିତ ଆଖପାଖ ଅଂଚଳର ପ୍ରତ୍ୟେକ ଗ୍ରାମରେ ଇଷ୍ଟଦେବୀ ବଏଲ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.