
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩ ଜଣ ଭାଇ ଭଉଣୀ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ଵାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଓ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ନବମ ଶ୍ରେଣୀର ଭାଇ ସିଦ୍ଧାର୍ଥ ଶେଖର ସାହୁ ଓ ଭଉଣୀ ଦୀପଶିଖା ଗଡ଼ତିଆ ଉଭୟେ ୯ମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷାରେ ସାରା ଓଡ଼ିଶାରେ (୧୪୬ ମାର୍କ) ରଖି ଦଶମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଭାଇ ସୌରଭ ଗଡ଼ତିଆ ୩ୟ ଶ୍ରେଣୀର ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସାରା ଓଡ଼ିଶାରେ (୭୮ ମାର୍କ) ରଖି ଅଷ୍ଟମ ସ୍ଥାନରେ କୃତିତ୍ତ୍ୱ ହାସଲ କରିଛନ୍ତି । ଏଣୁ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଆଚାର୍ଯ୍ୟ,ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା ତଥା ପରିଚାଳନା ସମିତି ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ସୁଅ ଛୁଟିବା ସହ ସାରା ସହରରେ ପ୍ରଶଂସନୀୟ ହୋଇଛି ।