ppurohit

ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସରେଇକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ପଟେଲ ମୁଖ୍ୟ ଅତିଥି, ବିଦ୍ୟାଳୟର ପରିଚାଳନା ସଭାପତି ବିକାଶ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଦାୟୀ ଛାତ୍ର ଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ସହ ସେମାନଙ୍କ ମଙ୍ଗଳ କାମନା କରିଥିଲେ । ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଗଣ ବିଦାୟୀ ଛାତ୍ର ଛାତ୍ରୀଙ୍କ ଉର୍ଦ୍ଦଶ୍ୟରେ ବିଦାୟୀ ବକ୍ତବ୍ୟ ସହ ବିଦାୟୀ ସଙ୍ଗୀତ ଗାନ କରିଥିଲେ । ବିଦାୟୀ ଛାତ୍ରଛାତ୍ରୀ ଗଣ ଲୁହ ଛଳ ଛଳ ଆଖିରେ ସେମାନେ ବିଦ୍ୟାଳୟରେ ବିତେଇଥିବା ସ୍ତୁତି ମନେ ପକେଇ ଗୁରୁଜନଙ୍କ ଆଶୀର୍ବାଦ କାମନା କରିବା ସହ ବିଦ୍ୟାଳୟକୁ ଏକ ସ୍ତୁତି ଚିହ୍ନ ପ୍ରଦାନ କରିଥିଲେ । ଅତିଥି ଗଣ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଗଣ ମଧ୍ୟ ସେମାନଙ୍କ ଉତ୍ତମ ଗୁଣ ଗୁଡିକୁ ମନେ ପକେଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ । ସହକାରୀ ଶିକ୍ଷକ ନିରାକାର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ବିନୋଦ ଚୋଖି ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.