ସାର ଅଭାବରୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ମାରିଲେ ଚାଷୀ

  • ସାର କଳାବଜାରୀ ରୋକିବାରେ କୃଷିବିଭାଗ ବିଫଳ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ସାର କଳା ବଜାରୀ ରୋକିବା ଦିଗରେ ସଚେତନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କହୁଛନ୍ତି । ସାର କଳାବଜାରୀ ଯେମିତି ନହେବ ସେଥପାଇଁ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସରକାରୀ ଦରରେ ସାର ଯୋଗାଇବା ଦାଇତ୍ୱ ମଧ୍ୟ ଦେଇଛନ୍ତି । ମାତ୍ର ସମବାୟ ସମିତିକୁ ସାର ଆସୁନଥିବା ଯୋଗୁଁ ଚାଷୀ ଏବେ କଲାବଜାରିର ଶିକାର ହେଉଛନ୍ତି । ଏନେଇ ଗୁରୁବାର ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସମବାୟ ସମିତି କାର୍ଯ୍ୟାଳୟରେ କାମ କରୁଥିବା କିଛି କର୍ମଚାରୀଙ୍କୁ ଅଞ୍ଚଳର ଚାଷୀ ମାନେ ତାଲା ବନ୍ଦ କରିଥିବା ଜଣାପଡିଛି । ପୁରୁଷ ଏବଂ ମହିଳା ସାର ପାଇଁ ଆଜି ସକାଳୁ ଅପେକ୍ଷାରେ ଥିବା ବେଳେ କିଛି ଲୋକଙ୍କୁ କିଛି ପ୍ୟାକେଟ ସାର ଦେଇ ଅନ୍ୟମାନଙ୍କୁ ଆସନ୍ତାକାଲି ଦିଆଯିବ ବୋଳି ସମବାୟ ସମିତିର କର୍ମଚାରୀ କହିଥିଲେ କିନ୍ତୁ କର୍ମଚାରୀଙ୍କ କଥାକୁ କେହି ଶୁଣି ନ ଥିଲେ ଏବଂ କର୍ମଚାରୀ ମାନଙ୍କୁ ତାଲା ବନ୍ଦ କରିଦେଇ ବସିଥିଲେ । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କୁ ବୁଝା ସୁଝା କରିଥିବା ବେଳେ ସେମାନେ ତାଲା ଖୋଲିଥିଲେ । ନିୟୁଜ ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣାପଡିଛି । ସାରର ଅଭାବ ବିକ୍ରି ଏବଂ କଳାବଜାରୀ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରୁନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

jittmm
Leave A Reply

Your email address will not be published.