ଅଦିନିଆ ବର୍ଷାରେ କ୍ଷୟକ୍ଷତି ଓ ଚାଷୀ ଆତ୍ମହତ୍ୟାର କ୍ଷତି ପୂରଣ ଦାବୀରେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୦ ତାରିଖ ଠାରୁ ୨ଟି ପର୍ଯ୍ୟାୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଦ୍ଵାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ଧାନ ଓ ଅଣଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । ଏବେ ବର୍ତ୍ତମାନ ଚାଷୀକୂଳ ବେସାହାରା ଫସଲ କ୍ଷତି ଭରଣା ହେବା କାଠିକର ପାଠ ହୋଇଯାଇଛି । ଧାର, କରଜ ଓ ଋଣକରି ଚାଷ କରିଥିବା ଚାଷୀ ବହୁ ଦୁଶ୍ଚିନ୍ତିତ ଭିତରେ ବୁଡ଼ି ରହିଛନ୍ତି ଗରିବ ଚାଷୀ । ଇତି ମଧ୍ୟରେ ଛତ୍ରପୁର ଅଞ୍ଚଳର ବଡମାଧପୁର ପଞ୍ଚାୟତ ଗ୍ରାମର ଭାଗଚାଷୀ ବନମାଳୀ ପେଣ୍ଡେଇ ଫସଲହାନୀ ଓ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଥିଲେ । ଯେଉଁ ଘଟଣାଟି ଘଟି ଯାଇଛି ତାହା ଅତ୍ୟନ୍ତ ଦୁଃଖଦାୟକ ଅଟେ କିନ୍ତୁ କ୍ଷୋଭର ବିଷୟ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଚାଷୀକୂଳର ଏପରି ଦୁର୍ଦ୍ଦଶା ସମୟରେ ଅଦ୍ୟାବଧି କୌଣସି ସହାୟତା ରାଶି ପ୍ରଦାନ କରାଯାଇନାହିଁ, କେବଳ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ଗୋଟିଏ ପରେ ଗୋଟିଏ ଘୋଷଣା ପ୍ରଚାରିତ ହେଉଛି । ଯେଉଁ ଆଧାରରେ ସରକାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ସେଥିରେ ମଧ୍ୟ କୌଣସି ସ୍ପଷ୍ଟତା ଜଣାପଡୁନାହିଁ । ତେଣୁ ଗଞ୍ଜାମ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ସମସ୍ତ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ଦଶଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳକ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏବଂ ଜିଲ୍ଲା କଂଗ୍ରେସ ସଭାପତି (ପୂର୍ବ, ପଶ୍ଚିମ) ଦାୟିତ୍ୱରେ ଥୁବା, ଶ୍ୟାସୁନ୍ଦର ସାହୁ, ପଦ୍ମ ଚରଣ ସାହୁ ଓ ଛତ୍ରପୁର ବିଧାନସଭା ମଣ୍ଡଳୀର ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାଗିରଥି ବେହେରା, ପିସିସି ସଭ୍ୟ ଭବାନୀ ବେହେରା, କଂଗ୍ରେସ ନେତା କାଳିଆ ରାଉଳ, ଭୋକାଲି ସେଠୀ, କଂଗ୍ରେସ ନେତା ଗଣପତି ବାରିକ, ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସରପଞ୍ଚ ଡଃ. ରାମସ୍ୱାମୀ ରେଡ୍ଡୀ ବରିଷ୍ଠ କଂଗ୍ରେସ ନେତା ଛତ୍ରପୁର ପୂର୍ବତନ ଏନ୍.ଏ.ସି ଚେୟାରମେନ ରାମ ବେହେରା, କଂଗ୍ରେସ ନେତା ଅଶୋକ ପଟ୍ଟନାୟକ ଓ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବନ୍ଦ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.