ଚାଷୀ ପ୍ରସଙ୍ଗକୁ ନେଇ ବିଜେପିର ପ୍ରେସ୍‌ମିଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କିଛି ଦିନ ହେଲା ଆସିର୍ଣ୍ଣ ପଦ୍ମପୁର ଉପନିର୍ବାଚନକୁ ନେଇ ମାହୋଲ ସରଗରମ ଥିବା ବେଳେ ଘୋଷଣା ପୂର୍ବରୁ ହିଁ ଘୋଷଣା ଯୋଜନା ଏବଂ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ଭର୍ଚୁଆଲ ମୋଡରେ ପ୍ରକଳ୍ପ ଉଦ୍‌ଘାଟନ ସମୟରେ କୃଷି ବିମା ରାଶି ପ୍ରଦାନକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦାୟୀ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ଚାଷୀ ସମସ୍ୟା ସମାଧାନ ପାଇଁ ଏସଟିଏସି ଗଠନ ନକରି ନିଜ ମନ ମୁତାବକ ଏସଏଲଟିସି ନାମକ ଏକ କମିଟି ଗଠନ କରିଛନ୍ତି ଯାହା ବୈଧ ବୋଲି କେନ୍ଦ୍ର ସରକାର ଚିଠି କରିଥିବା ସତ୍ୱେ ରାଜ୍ୟ ସରକାର ଗାଇଡଲାଇନ ଓ ଚିଠିକୁ ଖାତିର ନକରି ମନମାନି କରିଥିବାରୁ ଚାଷୀ ବୀମା ପାଇବାରୁ ଏପର୍ଯ୍ୟନ୍ତ ବଂଚିତ ହୋଇଛନ୍ତି ବୋଲି ବିଜେପି ପକ୍ଷରୁ ପ୍ରେସ୍‌ମିଟରେ କୁହାଯାଇଛି । ବିଜେପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟ ସରକାରରେ କୁମ୍ଭୀର କାନ୍ଦଣା କରି ସମସ୍ତ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ମନ୍ତ୍ରୀଙ୍କୁ ପଠାଇ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରେଙ୍ଗାଲି ବିଧାୟକ ନାଉରି ନାଏକ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାଏକ ତଥା ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଉପସ୍‌ସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରାଜୁ ଘିବେଲା, ବିଜେପୁର ବିଧାୟକ ପ୍ରାର୍ଥୀ ସନତ କୁମାର ଗଡତିଆ, ରାଜ୍ୟ ଯୁବ ମୋର୍ଚ୍ଚାର ସମ୍ପାଦକ ପ୍ରୀତେଶ କୁମାର ବହିଦାର, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏ, ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା ଏବଂ ନଗର ସଭାପତି ସୁନୀଲ ଅଗ୍ରୱାଲ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.